ଭୁବନ , ୦୬/୦୧/୨୦୨ ୪ (ଓଡ଼ିଶା ସମାଚାର)- ଆମ ଓଡ଼ିଶା,ନବୀନ ଓଡ଼ିଶା ଅନ୍ତର୍ଗତ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ୧୭ ତାରିଖ ରେ ଲୋକାର୍ପଣ ହେବ । ଏଥି ସକାଶେ ସାରା ରାଜ୍ୟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯିବା ସହିତ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ନିମନ୍ତ୍ରଣ କରାଯାଉଛି । ଆସନ୍ତା କାଲି ୭ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରିବ । ଏଥି ନିମନ୍ତେ ଏନ୍ ଏ ସି ସଦଭାବନା ଗୃହରେ ନଗର ପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ୭ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ଅର୍ପଣ ରଥ ପ୍ରତି ୱାର୍ଡ ରେ ପରିକ୍ରମା କରି ପ୍ରତି ଘରୁ ମୁଠାଏ ଅରୁଆ ଚାଉଳ ଓ ଗୋଟାଏ ଗୁଆ ସଂଗ୍ରହ କରିବ। ସମଗ୍ର ଭୁବନ ବାସୀ ଅର୍ପଣ ରଥକୁ ସ୍ବାଗତ କରିବା ସହିତ ବନ୍ଦାପନା କରିବାକୁ ନଗରପାଳ ନିବେଦନ କରିଥିଲେ। ୧୭ ତାରିଖ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ରେ ଶତାଧିକ ଜଗନ୍ନାଥ ପ୍ରେମୀ ପୁରୀ ଯିବେ ବୋଲି ସୂଚନା ଦେଇଥିଲେ। ଏହି ପ୍ରସ୍ତୁତି ବୈଠକ ରେ ନିର୍ବାହୀ ଅଧିକାରୀ ଅପୂର୍ବ ରଞ୍ଜନ ଆଇଚ ଙ୍କ ସମେତ କାଉନସିଲର ଗିରିଧାରୀ ସାହୁ,ପପୁ କୁମାର ସାହୁ,ନରେନ୍ଦ୍ର କୁମାର ବେହେରା,ଉପ ନଗରପାଳ ମାନିନୀ ସାହୁ ଙ୍କ ସମେତ ବିଭିନ୍ନ ବଜାର ସଭାପତି ମାନେ ଯୋଗଦେଇଥିଲେ ।
ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା ନିମନ୍ତେ ପ୍ରସ୍ତୁତି ବୈଠକ
