ସଡ଼କ ସୁରକ୍ଷା ସଚେତନତା ଶିବିର 

ଗରଦପୁର, ୦୬/୦୧/୨୦୨୪ (ଓଡ଼ିଶା ସମାଚାର)-ରାଜ୍ୟ ପରିବହନ ପ୍ରାଧିକରଣ ଓ ଜିଲା ସଡ଼କ ସୁରକ୍ଷା ସମିତି ପକ୍ଷରୁ ଗରଦପୁର ବ୍ଲକ୍ କୋରୁଆସ୍ଥିତ ଚି୍ରତ୍ରୋତ୍ପଳା ସ୍ନାତକ ମହିଳା ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜିଲା ପରିବହନ ଅଧିକାରୀ ଧିରେନ୍ କୁମାର ନାୟକ ଯୋଗଦେଇ ଜନସାଧାରଣ ଗାଡ଼ି ଚଳାଇବା ବେଳେ ଟ୍ରାଫିକ୍ ନିୟମ ମାନିବା, ମୋବାଇଲ ଫୋନ୍ ବ୍ୟବହାର ନକରିବା, ୧୮ ବର୍ଷ ରୁ କମ ପିଲା ଗାଡ଼ି ଚଳାଇବାକୁ ବାରଣ କରିବା , ମୋଟର ଗାଡ଼ି ଚଳାଇବା ସମୟରେ ସିଟ୍ ବେଲ୍ଟ ବାନ୍ଧିବା , ଏପରିକି ଶିକ୍ଷାନୁଷ୍ଠାନ ଓ ମେଡ଼ିକାଲ ସ୍ଥାନରେ କର୍କଷ ହର୍ଣ୍ଣ ନବଜାଇବା ପାଇଁ ସଡ଼କ ସୁରକ୍ଷା ସଚେତନତା କରିଥିଲେ । ଏଥିରେ ଅଧ୍ୟାପକ ଅନାଦି ଚରଣ ବେଉରା, ମାଷ୍ଟର ଟ୍ରେନର ଦିପକ କୁମାର ଚୌଧୁରୀ, ଅଧ୍ୟାପିକା ସ୍ମୃତିରେଖା ସ୍ୱାଇଁ ପ୍ରମୁଖ ଯୋଗଦେଇ ସଡ଼କ ସୁରକ୍ଷା ଉପରେ ଛାତ୍ରୀ ମାନଙ୍କୁ ସଚେତନ କରିଥିଲେ ।

Leave a Reply

Your email address will not be published. Required fields are marked *