କୁମ୍ଭକାର ସମାଜ ତରଫରୁ ବାଲ୍ୟବିବାହ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡା,୦୯/୦୬/୨୦୨୫ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ବଡ଼ିମୁଣ୍ଡା ଗ୍ରାମରେ ଏକ ବାଲ୍ୟ ବିବାହ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ହଦଗଡ଼ ମଣ୍ଡଳ ର ସଭାପତି ମାନସ ରଞ୍ଜନ ପାତ୍ର ଙ୍କ ତତ୍ଵାବଧାନରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ୟୁନିସେଫ ଭୁବନେଶ୍ୱର ରୁ ଆସିଥବା  ଘାସିରାମ ପଣ୍ଡା, ସମ୍ମାନିତ ଅତିଥି ଭାବେ ସୁରକ୍ଷା ଅଧିକାରିଣୀ ସରୋଜଲତା ଦେଇ,ଫୁଲବାଣୀ ମହିଳା ସହଯୋଗ କେନ୍ଦ୍ର ରୁ ଆସିଥିବା କଳ୍ପନା ମହାନ୍ତି, ଜିଲ୍ଲା ସମ୍ପାଦକ ସୁବଳ ରଣା, ସାମ୍ବାଦିକ ବାଳକୃଷ୍ଣ କହଁର , କୋଷାଧ୍ୟକ୍ଷ ଗୋକୁଳ ଚନ୍ଦ୍ର ବେହେରା , ମଣ୍ଡଳ ସଭାପତି ମାନସ ରଞ୍ଜନ ପାତ୍ର, ମଣ୍ଡଳ ସମ୍ପାଦକ ବାବୁଲା ଦଳବେହେରା , ସମୀକ୍ଷକ ଜୟନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଉକ୍ତ କାର୍ଯ୍ୟକ୍ରମ ରେ ବାଲ୍ୟ ବିବାହ ରୋକିବା ଓ ବାଲ୍ୟ ବିବାହ କରିବା ଦ୍ଵାରା ସମାଜର କଣ କ୍ଷତି ହୁଏ ଏବଂ କିଶୋରୀ ବାଳିକା ମାନେ ବାଲ୍ୟ ବିବାହ ନ କରିବା ପାଇଁ ଶପଥ ପାଠ କରାଯିବା ସହ ଶିକ୍ଷା ର ଉନ୍ନତି, ପାରିବାରିକ ହିଂସା, ମହିଳା ମାନଙ୍କ ର ସମସ୍ୟା ସାମାଜିକ ସୁରକ୍ଷା ସୁଧାର ଗୃହ ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ହଦଗଡ଼ ମଣ୍ଡଳ ର ସମସ୍ତ କର୍ମ କର୍ତ୍ତା କୁଳ ଅଧିପତି ପୁରୁଷ ଓ ମହିଳା ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ ଏବଂ ଦଶମ ଓ ଦ୍ଵାଦଶ ଉତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ଦିଆଯାଇଥିଲା । ଏଥି ସହ ଚଳିତ ବର୍ଷ ର ଆୟ ବ୍ୟୟ ହିସାବ କରାଯିବା ସହ କୋଷାଧ୍ୟକ୍ଷ ଗୋକୁଳ ଚନ୍ଦ୍ର ବେହେରା ସମସ୍ତ ଙ୍କୁ ଶୁଣାଇଥିଲେ ।

ଜିଲ୍ଲା ସମ୍ପାଦକ ସୁବଳ ରଣା ବୈଠକ ରେ ସମାଜର ବିକାଶ ଓ ଚାକିରୀ କ୍ଷେତ୍ରରେ ଛାତ୍ର ଛାତ୍ରୀ ମାନଙ୍କୁ ସଂରକ୍ଷଣ ଦାବି ବିଷୟରେ ବୁଝାଇ ଥିଲେ । ଉକ୍ତ ବୈଠକ ରେ ଅତିଥି ମାନେ କୁମ୍ଭାର ଜାତି ର ସମସ୍ତ ଙ୍କୁ ଦେଇଥିବା ପରାମର୍ଶ ଗୁଡିକ ନିଶ୍ଚିତ ଭାବରେ ଆଗାମି ଦିନରେ ପ୍ରଭାବ ପକାଇବ ବୋଲି ହଦଗଡ଼ ମଣ୍ଡଳ ଉପସଭାପତି ଆମ୍ବୁଜ ବେହେରା, କେନ୍ଦ୍ର ର ମହିଳା ସଭ୍ୟା ଶ୍ରୀମତୀ ସୁମିତ୍ରା ବେହେରା ପ୍ରମୁଖ ମତ ରଖିଥିଲେ । ଶେଷରେ ମଣ୍ଡଳ ସମ୍ପାଦକ ବାବୁଲା ଦଳବେହେରା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *