କଟକ ବଡ଼ ମେଡ଼ିକାଲ ରୋଗୀ ହତ୍ୟା ମାମଲା: ରାସ୍ତାକୁ ଓହ୍ଲାଇ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବି କଲା ଓଜେସି

କଟକ ସଦର ୦୨/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ବଡ଼ ଡ଼ାକ୍ତରଖାନାରେ ଜନୈକ ରୋଗୀଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗକୁ ତିନିଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହତ୍ୟା ମାମଲା ରୁଜୁ କରି ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରି ହାତ ବାନ୍ଧି ଵସିରହିଛି। ରୋଗୀ ମୃତ୍ୟୁ ଘଟଣାରେ ମେଡି଼କାଲର କିଛି ମୁଷ୍ଟିମେୟ କର୍ମଚାରୀ ବିବାଦ ଘେରରେ ଥିବାରୁ ତାଙ୍କୁ ବଞ୍ଚାଇବା

ପାଇଁ ଗୋଟିଏ ଗୋଷ୍ଠି କସରତ ଚଳାଇଥିବା ଅଭିଯୋଗ ହେଉଛି। ଏଭଳି ଏକ ସମ୍ଵବେଦନଶୀଳ ଘଟଣା ଉପରୁ ଯଥା ଶୀଘ୍ର ପରଦା ହଟାଇ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଓଡି଼ଶା ଜନତା କଂଗ୍ରେସ ପକ୍ଷରୁ ଗିରିବାଳା ବେହେରା ଙ୍କ ନେତୃତ୍ଵରେ ଆଜି ଶୁକ୍ରବାର ଦିନ କଟକ ଡିସିପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଡିସିପି ଙ୍କୁ ଦାବିପତ୍ର ଦିଆଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *