ଯାଜପୁର,୦୫/୦୬/୨୦୨୫(ଓଡ଼ିଶା ସମାଚାର)-ଅବଦଲପୁରସ୍ଥ ଉପେନ୍ଦ୍ର କୁମାର ଉଚ୍ଚ ବିଦ୍ୟାଳୟରେ ଜିଲ୍କା ପରିବେଶ ସମିତି ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ଆଞ୍ଚଳିକ ଶାଖା, କଳିଙ୍ଗ ନଗର ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳନ ଓ ଆଲୋଚନା ଚକ୍ର “ବିଷୟ -ପ୍ଲାଷ୍ଟିକ ପ୍ରଦୂଷଣ ସମାପ୍ତ କରିବା “ଜିଲ୍ଲା ପାଳ ତଥା ସମିତିର ଅଧ୍ୟକ୍ଷା ପି. ଅନ୍ଵେଷା ରେଡି ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ।

କିପରି ଵୃକ୍ଷ ରୋପଣ ଓ ପ୍ଲାଷ୍ଟିକ ପ୍ରଦୂଷଣ ନିୟନ୍ତ୍ରଣ କରି ପରିବେଶ ସୁରକ୍ଷା କରାଯାଇ ପାରିବ ଟାହା ସେ ବର୍ଣନା କରିଥିଲେ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ଆଞ୍ଚଳିକ ଅଧିକାରୀ ଶ୍ରୀଯୁକ୍ତ ମଦନ ମୋହନ ସାହୁ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ପ୍ଲାଷ୍ଟିକ ପ୍ରଦୂଷଣ ସମସ୍ୟା ଓ ଏହାର ସମାଧାନ ସମ୍ବନ୍ଧରେ ଆଲୋଚନା କରିଥିଲେ । ସହ ଉଦ୍ୟାନ ନିର୍ଦ୍ଧେଶକ ସାମାନୀୟ ଅତିଥି ରୂପେ ଯୋଗ ଦେଇ ଉଦ୍ଭିଦର ଶତ୍ରୁ ପ୍ଲାଷ୍ଟିକକୁ କିପରି ଆମଠାରୁ ଦୁରେଇ ଦେଇ ପରିବା ସେ ସମ୍ବନ୍ଧରେ ଆଲୋଚନା କରିଥିଲେ । ଉପେନ୍ଦ୍ର କୁମାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଭା ପରିଚାଳନା କରିଥିଲେ ।
ସମିତିର ସମ୍ପାଦକ ଡଃ ଶରତ କୁମାର ସାହୁ ଆଲୋଚନା ଚକ୍ରର ଉଦ୍ଧେଶ୍ୟ ଓ ଆବଶ୍ୟକତା ଉପରେ ସୂଚନା ପ୍ରଦାନ କରିଥିଲେ । ପଣ୍ଡିତ ଭୂପତି ଭୂଷଣ ମିଶ୍ର ସାମାନୀୟ ଅତିଥି ରୂପେ ଯୋଗ ଦେଇ ସଚେତନତା ବାର୍ତ୍ତା ସହିତ କିଛି ପରିବେଶ କାର୍ୟ୍ୟ କରିବାକୁ ମତ ପୋଷଣ କରିଥିଲେ । ପରିବେଶ ସଚେତନତା ବିଶେଷତଃ ପ୍ଲାଷ୍ଟିକ ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ଇକୋ କ୍ଲବର ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇ ଥିବା ତର୍କ, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।
ବଡ଼ଚଣା ବ୍ଲକରୁ ଅନିଲ କୁମାର ଦାସ,ବରି ବ୍ଲକରୁ ଉଦୟନାଥ ଜେନା, କୋରେଇ ବ୍ଲକରୁ ଟୁଟୁ ମିଶ୍ର ଓ ଦାନଗଦି ବ୍ଲକରୁ ଅଶ୍ୱନୀ କୁମାର ଧଳଙ୍କୁ ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ ପାଇଁ ଓଡିଶା ସରକାରଙ୍କର ଜଙ୍ଗଲ, ପରିବେଶ ଓ ଜଳବାୟୁ ପାରିବର୍ତ୍ତନ ବିଭାଗ ଦ୍ୱାରା ପ୍ରଦତ୍ତ ପୁରସ୍କାର ରାଶି ଟ୧୦୦୦୦ /-ଙ୍କା, ପ୍ରମାଣ ପତ୍ର ସହିତ ପ୍ରକୃତି ବନ୍ଧୁ ସମ୍ମାନରେ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ମାନିତ କର୍ସଯାଇଥିଲା ।
ପ୍ଲାଷ୍ଟିକ ବିରୁଦ୍ଧରେ ସଚେତନତା ପାଇଁ ଆୟୋଜିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲ୍ଲ । ପ୍ରକୃତି ମିତ୍ର ପୁରସ୍କାର ପାଇଁ ବଡ଼ଚଣା ବ୍ଲକରୁ ଧାନ ମଣ୍ଡଳ ସରକାରୀ ଉଚ୍ଚବିଦ୍ୟାଳୟ, ଦଶରଥପୁର ବ୍ଲକରୁ ଏ. ବି ସରକାରୀ ଉଚ୍ଚ ବିଦ୍ୟାଳୟ, ବିଂଝାରପୁର ବ୍ଲକରୁ ସିଂହ ପୁର ମହାବିଦ୍ୟାଳୟ ଓ ବରି ବ୍ଲକରୁ ଅଜାଣ ବନ ଶିକ୍ଷ।ଶ୍ରମ ଇତ୍ୟାଦିକୁ ଓଡିଶା କୃଷି ବିଶ୍ୱ ବିଦ୍ୟାଳୟର କୃଷି ଓ ଶିକ୍ଷା ସଦନ କୁ ପଠାଯାଇଥିଲା । ଉକ୍ତ ବିଦ୍ୟାଳୟର ଛାତ୍ରୀ ମାନେ ଉଦ୍ଘାଟନୀ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ମୁଖ୍ୟ ପ୍ରଶିକ୍ଷକ ବିଷ୍ଣୁ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସବୁଜ ଶପଥ ଓ ପ୍ଲାଷ୍ଟିକ ଆବର୍ଜନା କମ।ଇଵା ପାଇଁ ଶପଥ ପାଠ କରାଯାଇଥିଲା ।
ଗତ ତିନି ତାରିଖ ଓ ଆଜି ପ୍ଲାଷ୍ଟିକ ପ୍ରଦୂଷଣ ନିୟନ୍ତ୍ରଣ ସମ୍ବନ୍ଧିୟ ଶପଥ ପାଠ କରାଯାଇଥିଲା । ଗତ ତିନି ତାରିଖ ଓ ଆଜି ସଖାଳେ ପ୍ଲାଷ୍ଟିକ ବ୍ୟବହାର ବିରୁଦ୍ଧରେ ଜନ ସଚେତନତା ସୃଷ୍ଟି ପାଇଁ ଛାତ୍ର, ଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନେଇ ଏକ ସଚେତନତା ପଦଯାତ୍ରା ଗୋଖନ ବଜାରରେ କରାଯାଇଥିଲା, ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ସଚେତନତା ସୃଷ୍ଟି କରାଯାଇଥିଲା । ବିଦ୍ୟାଳୟ ପରିସରରେ ଵୃକ୍ଷ ରୋପଣ କରାଯାଇ ଥିଲା । ପ୍ରକୃତି ବନ୍ଧୁ ଓ କୃତି ପ୍ରତିଯୋଗୀ ମାନଙ୍କୁ ଗୋଟିଏ ଗୋଟିଏ ଫଳ ଗଛ ଚାରା ବଣ୍ଟନ ସହିତ ଅନ୍ୟାନ୍ୟ ଛାତ୍ର, ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଗଛ ଚାରା ବଣ୍ଟନ କରାଯାଇଥିଲା ।
ମା ବୁଢ଼ୀ ଜାଗୁଳାଇ, ରସୁଣା ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋଚନା ଚକ୍ରରେ ଗାୟତ୍ରୀ ନାୟକ, ବିଷ୍ଣୁ ଚରଣ ସାହୁ, ସୋମ୍ୟା ପ୍ରିୟ ଦର୍ଶିନୀ, ରାଜୀବ ଲୋଚନ ରାଉତ, ଟୁଟୁ ମିଶ୍ର ଓ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଇତ୍ୟାଦି ଅଂଶ ଗ୍ରହଣ କରିଥିଲେ । ମୁଖ୍ୟ ପ୍ରଶିକ୍ଷକ ମହମଦ ସଫିକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଏହି ପରିବେଶ ଦିବସ ପାଳନରେ ସହଯୋଗ କରିଥିଲେ । ପ୍ରକୃତି ବନ୍ଧୁ ପ୍ରଣତି ପ୍ରୀତି ନନ୍ଦା ବିଭିନ୍ନ ପ୍ରକାର ଚାରା ବଣ୍ଟନ କରିଥିଲେ ।
