ବାଣପୁର, ୧୮/୮/୨୦୨୪ (ଓଡ଼ିଶା ସମାଚାର)- ସାରା ଭାରତ ବର୍ଷ ଓ ଭାରତ ବାହାରେ ରହୁଥିବା ରେ ରହୁଥିବା ଭାରତୀୟ ୭୮ ତମ ସ୍ବାଧିନତା ଦିବସ ଅତି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରୁଥିବା ବେଳେ ବାଣପୁର ରେ ମଧ୍ୟ ବିଭିନ୍ନ ସ୍ଥାନ ରେ ସ୍ୱାଧୀନତା ଦିବସ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ବାଣପୁର ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଘ ଚିଲିକା ରିପୋର୍ଟର୍ସ ଆସୋସିଏସନ ତରଫରୁ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ସମୁଖରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି। ସଂଘର ବରିଷ୍ଟ ସଦସ୍ୟ ସାମ୍ବାଦିକ ପୁରୁଷୋତ୍ତମ ମହାପାତ୍ରଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ଓ ସମସ୍ତ ସମ୍ବାଦିକ ସଭ୍ୟ ଗଣଙ୍କ ସହିତ ସ୍ଥାନୀୟ ଅଞ୍ଚଳ ର ବହୁ ବୁଦ୍ଧିଜୀବୀ ଓ ସମାଜସେବୀ ଯଥା ରମେଶ ବେହେରା, ରାଜ କିଶୋର ରାଉତରାୟ , କ୍ଷୀରୋଧ କୁମାର ବରାଲ, ବିନୋଦ ପ୍ରଧାନ,ଶଙ୍କର ସାହୁ, ବୁଦ୍ଧିଆ ଜେନା, ରତ୍ନାକର ସାମନ୍ତରା ଇତ୍ୟାଦି ଉପସ୍ଥିତ ଥିଲେ । ସ୍ଥାନୀୟ ଅଞ୍ଚଳର ଲୋକ ମାନଙ୍କର ସମସ୍ୟା କୁ ଦୂରୀକରଣ କରିବା ପାଇଁ ସରକାରୀ କଳ ମଧ୍ୟରେ ସମନ୍ୱୟ ଏବଂ ତାହାର ଦୂରୀକରଣ ପାଈଁ ଚିଲିକା ରିପୋର୍ଟର୍ସ ଆସୋସିଏସନ ସବୁ ବେଳେ ସାଧାରଣ ଙ୍କ ସାଥିରେ ରହିବ ବୋଲି ସଂଘର ସଭାପତି ସୁନୀଲ କୁମାର ସୁବୁଦ୍ଧି ଓ ସମ୍ପାଦକ ଅମିତାଭ ପଟ୍ଟଯୋଶୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ସେକ୍ ମଇନୁଲ୍ ହକ୍, ହିମାଳୟ ଶତପଥୀ, ଅନନ୍ତ ଚରଣ ବାରିକ୍, ସଞ୍ଜୟ ପ୍ରଧାନ, ଦିଲ୍ଲୀପ କୁମାର ସ୍ବାଇଁ, ରାକେଶ ସାହୁ, ସୁଜ୍ଞାତ ତ୍ରିପାଠୀ, କମଲ ଜାଲି, ସେକ୍ ରୌଶନ, ବ୍ରଜ କିଶୋର ଜେନା ପ୍ରମୁଖ ସାମ୍ବାଦିକ ଉପସ୍ଥିତ ଥିଲେ ।
ବାଣପୁର ସାମ୍ବାଦିକ ଭବନ ଠାରେ ଚିଲିକା ରିପୋଟର୍ସ ଆସୋସିଏସନ ବାଣପୁର ତରଫରୁ ୭୮ତମ ସ୍ବାଧୀନତା ଦିବସ ପାଳିତ
