ଆସନ୍ତା କାଲି ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର — ୨୫ରେ ବାତ୍ୟା ଆଶଙ୍କା

ଭୁବନେଶ୍ୱର,୨୧/୧୧/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ବେଙ୍ଗାପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଘୂର୍ଣ୍ଣିବଳୟ । ଏହା ଷ୍ଟ୍ରିଟ୍ ଅଫ୍ ମଲକ୍କାରେ ସମୁଦ୍ରପତନ ଠାରୁ ୫.୮ କି.ମି ବିସ୍ତୀର୍ଣ୍ଣ ଅଂଚଳରେ ପରିବ୍ୟାପ୍ତ ହୋଇ ରହିଛି । ଏହା ର ପ୍ରଭାବରେ ୨୨ ତାରିଖ ଆଡ଼କୁ ବେଙ୍ଗାପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।

ପରବର୍ତୀ ସମୟରେ ଯାହା ଅବପାତ ରୂପ ନେଇ ଘନୀଭୂତ ହୋଇ ଆହୁରି ବଳ ସଂଗ୍ରହ କରିବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଫଳରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ହେବା ନେଇ ସମ୍ଭାବନା ରହିଛି ।

ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ନିର୍ଦ୍ଧେଶିକା ମନୋରମା ମହାନ୍ତି କହିଛନ୍ତି, “ବେଙ୍ଗାପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟଟି ଆସନ୍ତା ୨୨ ତାରିଖରେ ଦକ୍ଷିଣପୂର୍ବ ବେଙ୍ଗାପସାଗର ଲଘୁଚାପ ରୂପ ନେବ । ଘୂର୍ଣ୍ଣିବଳୟଟି ଷ୍ଟ୍ରିଟ୍ ଅଫ୍ ମଲକ୍କାରେ ସମୁଦ୍ରପତନ ଠାରୁ ୫.୮ କିମି ବିସ୍ତୀର୍ଣ୍ଣ ଅଂଚଳରେ ରହିଛି । ଏହାର ପ୍ରଭାବରେ ୨୨ ତାରିଖ ଆଡ଼କୁ ବେଙ୍ଗାପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ପଶ୍ଚିମ-ଉତର ପଶ୍ଚିମ ଦିଗରେ ଗତିକରି ଅଧିକ ଘନୀଭୂତ ହେବ ।

୨୪ ତାରିଖ ବେଳକୁ ଦକ୍ଷିଣ ବେଙ୍ଗାପସାଗରର କେନ୍ଦ୍ରୀୟ ଅଂଚଳରେ ଅବପାତର ରୂପ ନେଇପାରେ । ପରବର୍ତୀ ୪୮ ଘଂଟାରେ ଅର୍ଥାତ୍ ୨୬ ତାରିଖ ବେଳକୁ ଗତିର ଦିଗ ବଜାୟ ରଖିବା ସହ ଦକ୍ଷିଣ ପଶ୍ଚିମ ବେଙ୍ଗାପସାଗରରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞଙ୍କ ଆକଳନ ମୁତାବକ ୨୫ରେ ବାତ୍ୟା ଆଶଙ୍କା ରହିଛି ।

Leave a Reply

Your email address will not be published. Required fields are marked *