ବାଲିଗୁଡାରେ କାନ୍ଦୁୁଲ ଯାତ୍ରା ପର୍ବ ଅନୁଷ୍ଠିତ

ବାଲିଗୁଡା,୨୪/୦୩/୨୦୨୪ (ଓଡ଼ିଶା ସମାଚାର)-ବାଲିଗୁଡାରେ କାନ୍ଦୁଲ ଯାତ୍ରା ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି । ଚଳିତ ବର୍ଷ ମା ପାଟଖଣ୍ଡା ଦୁର୍ଗା ପୁଜା ସମିତି ତରଫରୁ ପାଳନ କରିବାକୁ ପ୍ରସ୍ତୁତି କରାଯାଇଛି । ମାପାଟଖଣ୍ଡା କାନ୍ଦୁଲ ଯାତ୍ରା ଭେଟଘାଟ ର ଆୟୋଜନ କରାଯାଇଛି । ମନ୍ଦିରରେ ମାଙ୍କ ପାଖରେ ଭୋଗରାଗ ଲାଗିବା ସହ କାନ୍ଦୁଲ ଭଜା ଓ ଝଟା ଭଜାକୁ ରିତିନିତି ପ୍ରକାରେ ପୂଜାର୍ଚ୍ଚନା କରାଯାଇଥିଲା । ଆସନ୍ତାକାଲି ସମିତି ତରଫରୁ ଦୁଇ ରାଜାକୁ ମିଳନ ବା ଭେଟଘାଟ କରାଇବା କାର୍ଯ୍ୟକ୍ରମ ରହିଛି ଓ ଅଂଚଳର ବୟସ୍କ ଓ ସମ୍ମାନସ୍ପଦ ବ୍ୟକ୍ତି ବିଶେଷ ଓ ପୁରାତନ କମିଟି କର୍ମକ୍ରର୍ତାଙ୍କୁ ସମ୍ମାନୀତ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଶେଷରେ ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ରଖାଯାଇଛି । ସମିତିର ସଭାପତି ଲଳିତ ପାତ୍ର,ଉପସଭାପତି ଭିମସେନ ବିନ୍ଧାଣୀ,ସମ୍ପାଦକ ଶିବରାମ ପ୍ରଧାନୀ,ଯୁଗ୍ମସମ୍ପାଦକ ନେତାଜୀ ଖଣ୍ଡଗିରି,ଅର୍ଜୁନ ନାୟକ,କୋଷାଦକ୍ଷ ଅଶୋକସାହୁ, ଓ ସମସ୍ତ ସଦସ୍ୟ ଏଥିରେ ନିୟୋଜିତ ରହିଛନ୍ତି ।

Leave a Reply

Your email address will not be published. Required fields are marked *