ଲଳିତଗିରି ବୁଦ୍ଧ ଜୟନ୍ତୀ ରେ ମାନବିକତାର ଜୟଗାନ ପାଇଁ ଦିଆଗଲା ଆହ୍ୱାନ

ମାହାଙ୍ଗା ୧୨/୦୫/୨୦୨୫ (ଓଡିଶା ସମାଚାର / ଅଭୟ ଜେନା )- “ବୁଦ୍ଧାୟନ” ଆନୁକୂଲ୍ୟରେ ଭଗବାନ ତଥାଗତ ଗୌତମ ବୁଦ୍ଧଙ୍କ ଜୟନ୍ତୀ ସମାରୋହ ଓ ପ୍ରାର୍ଥନା ସଭା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ବିଶ୍ୱ ପ୍ରସିଦ୍ଧ ଲଳିତଗିରି ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଗୌତମ ବୁଦ୍ଧଙ୍କ ଜୟନ୍ତୀ ସମାରୋହ ଓ ପ୍ରାର୍ଥନା ସଭା ବୁଦ୍ଧାୟନ କମିଟିର ସଦସ୍ୟ ମାନେ ପାଳନ କରିଥିଲେ ।

ଅନୁଷ୍ଠାନର ସମ୍ପାଦକ ତଥା ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର କୁମାର ସାହୁ ଏହି କାର୍ୟ୍ୟକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଗବାନ ବୁଦ୍ଧଙ୍କ ସାଧନା ଓ ସିଦ୍ଧି ଉପରେ ପର୍ୟ୍ୟବେଷିତ ଅହିଂସା ହିଁ ପରମ ଧର୍ମ ବୋଲି କହିଥିଲେ ।

ତ୍ୟାଗ ତପସ୍ୟା ଓ ସମର୍ପଣ ଭାବନା ମଣିଷକୁ ଶାନ୍ତି ପ୍ରଦାନ କରିଥାଏ ବୋଲି ଶ୍ରୀ ସାହୁ କହିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ଅଲେଖ ପ୍ରସାଦ ସ୍ୱାଇଁ,ଉତ୍ତମ କୁମାର ବେହେରା,ଦେବେନ୍ଦ୍ର ପରିଡା,ଚୈତନ୍ୟ ପାଣି,ଉମା ପ୍ରସନ୍ନ ମିଶ୍ର,ପ୍ରମୋଦ କୁମାର ସାମଲ, ତ୍ରିଲୋଚନ ସାମଲ, ଧୀରେନ୍ଦ୍ର ମହାରଣା,ପ୍ରଶାନ୍ତ ଖଟୁଆ,ବସନ୍ତ ଦାସ, ଶରତ ମହାନ୍ତି,ରଞ୍ଜନ କୁମାର ସାହୁ,ବ୍ରଜବନ୍ଧୁ ପ୍ରଧାନ, ମହେନ୍ଦ୍ର ରାଉତ, ପରମାନନ୍ଦ ସିଂହ, ତ୍ରିଲୋଚନ ସେଠୀ, ପ୍ରଭାତ ମଲିକ, ସାଗର ନନ୍ଦ, ଅଭୟ ମହାନ୍ତି, ଅଶୋକ ମହାନ୍ତି, ଅରକ୍ଷିତ ବାରିକ,ରାଧାଶ୍ୟାମ ପରିଡା, କୁଞ୍ଜ ବନ ସିଂହ,ରମେଶ ସାମଲ, ନାରାୟଣ ବେହେରା, ସୁମନ୍ତ ମହାରଣା, ସାଜିତ ଖାନ, ଉମାକାନ୍ତ ପ୍ରହରାଜ, ମଙ୍ଗରାଜ ମହାରଣା, ଭାଗ୍ୟଧର ସାହୁ ଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ରହି ଭଗବାନ ବୁଦ୍ଧଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହି ଅବସରରେ ଚଳିତ ମାଟ୍ରିକ ପରୀକ୍ଷାରେ ମାହାଙ୍ଗା ବ୍ଲକରେ ସର୍ବୋଚ୍ଚ ନମ୍ବର ରଖିଥିବା ଅଙ୍କିତା ତ୍ରିପାଠୀ ଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ଆର୍ଥିକ ରାଶି ଦେଇ ସମ୍ମାନୀତ କରିଥିଲେ ।

Leave a Reply

Your email address will not be published. Required fields are marked *