କଟକ ସଦର, ୩୦ /୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ତହସିଲ ଅନ୍ତର୍ଗତ ସୋମପୁର ପଞ୍ଚାୟତ ଥୋରିଆପଡା ଗ୍ରାମର ୧୯୯୩ ନମ୍ବର ପ୍ଲଟରେ ଥିବା ସର୍ବସାଧାରଣ ଙ୍କ ସରକାରୀ ରାସ୍ତାକୁ ବେଆଇନ ଜବରଦଖଲ ହେଉଥିବା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଆସୁଥିଲା।
ଏଥିପାଇଁ ଏହାର ମାପଚୁପ କରାଯାଇ ବେଆଇନ ଜବରଦଖଲ ଉଚ୍ଛେଦ କରିବାକୁ ତହସିଲଦାର କିଶନନଗର ରାଜସ୍ୱ ନିରୀକ୍ଷକ ଓ ତହସିଲ ଅମିନ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ବି ବେଆଇନ ଜବରଦଖଲକାରୀ ଙ୍କ ଦୃଢ଼ ବିରୋଧ ଯୋଗୁଁ ତାହା ଦୁଇଥର ବନ୍ଦ ହୋଇଯାଇଥିଲା। ଏଥିପାଇଁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେବାରୁ ଆଜି ଶୁକ୍ରବାର ପୂର୍ବାହ୍ନରେ ତହସିଲଦାର କ୍ଷିରୋଦ କୁମାର ଦାଶ ଅଚାନକ ଜବରଦଖଲ ସ୍ଥଳ ଅନୁଧ୍ୟାନ କରି ଫେରିଯାଇଥିବା ଜଣାପଡିଛି। ହେଲେ ତହସିଲଦାର ଙ୍କ କାର୍ଯ୍ୟାନୁଷ୍ଠାନ କୁ ଗ୍ରାମବାସୀ ମାନେ ଅପେକ୍ଷା କରି ରହିଥିବା ଜଣାଯାଇଛି।
