କଟକ ସଦର, ୨୧/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟ ସରକାରଙ୍କ ଏକ ଵର୍ଷ ପୂର୍ତ୍ତି ଉପଲକ୍ଷେ ୧୦୦ ଇ-ଵସ୍ ର ଶୁଭାରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା ମଇଦାନରୁ ଗତକାଲି ଶୁକ୍ରବାର ଦିନ ଏହି ବସ୍ ସେବା ର ଲୋକାର୍ପଣ କରିଥିଲେ।ଏହା ସହିତ କଟକ ନରାଜ ଠାରେ ନିର୍ମାଣ ହୋଇଥିବା ନୂଆ ଵସ୍ ଡିପୋକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ।
ଏହି ପରିପ୍ରେକ୍ଷୀରେ ଆଜି ଶନିବାର ଠାରୁ କନ୍ଦରପୁର କୁ ଇ-ଵସ୍ ଗଡିଵା ଆରମ୍ଭ କରିଥିବା ଜଣାପଡିଛି। ପୂର୍ବରୁ ମୋ-ଵସ୍ ଏଠାରୁ ଗଡୁଥିଲା ବେଳେ ଏବେ ଇ-ଵସ୍ ର ସେବା ଯାତ୍ରୀମାନେ ପାଇପାରିବେ। ଏହି ବସ୍ କନ୍ଦରପୁର ଠାରୁ ୪୨ ମୈ।ଜା, ସିଡିଏ ଦେଇ ଧବଳେଶ୍ବର କୁ ପୂର୍ବପରି ଅନବରତ ଚଳାଚଳ କରିବ। ସୂଚନାଯୋଗ୍ୟ ଯେ ନରାଜ ଠାରେ ଇ-ଵସ୍ ଡିପୋ ସଂପୂର୍ଣ୍ଣ ଭାବେ ସବୁଜ କୋଠା ବୈଷୟିକ ଜ୍ଞାନ କୌଶଳରେ ନିର୍ମାଣ କରାଯାଇଥିବା ବେଳେ ସୋଲାର ବିଦ୍ୟୁତ୍ ବ୍ୟବହାର ହୋଇଛି।
