ନିଶ୍ଚିନ୍ତକୋଇଲି ବ୍ଲକ୍ ଅନାସ୍ଥା ଭୋଟ: କୋରମ୍ ଅଭାବରୁ ବାତିଲ,ପଦ ବଜାୟ ରଖିଲେ ଅଧ୍ୟକ୍ଷା ରୋଜି ସେଠୀ 

କଟକ ସଦର, ୩୦ /୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଅନାସ୍ଥା ଭୋଟ କୁ ଗତ କିଛିଦିନ ହେଲା ବିଜେଡ଼ି ବିଜେପି ମଧ୍ୟରେ ଲାଗିରହିଥିବା ଛକାପଞ୍ଝାର ଆଜି ଶୁକ୍ରବାର ଦିନ ପରୀସମାପ୍ତି ଘଟିଛି।ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ପୂର୍ବାନୁମାନ ଅନୁଯାୟୀ ବିଜେଡ଼ି ସମର୍ଥିତ ଅଧ୍ୟକ୍ଷା ରୋଜି ସେଠୀ ତାଙ୍କ ଆସନ ବଜାୟ ରଖିବାକୁ ସକ୍ଷମ ହୋଇଥିବା ଜଣାପଡିଛି। ପ୍ରକାଶ ଯେ ନିଶ୍ଚିନ୍ତକୋଇଲି ବ୍ଲକ ରେ ଥିବା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୨୭ ଓ କଟକ ସଦର ନିର୍ବାଚନମଣ୍ଡଳୀର ୧୪ ମୋଟ୍ ୪୧ ପଞ୍ଚାୟତର ୮୨ ଜଣ ସରପଂଚ ଓ ସମିତି ସଭ୍ୟ/ସଭ୍ୟା ଅନାସ୍ଥା ଭୋଟ ରେ ଆଜି ଭାଗନେବା କୁ ଥିବା ବେଳେ ସେମାନଙ୍କ ପାଇଁ ମ୍ୟାଜିକ ନମ୍ବର ଥିଲା ୫୮।

ହେଲେ ନିର୍ଧାରିତ ସମୟ ସୀମା ମଧ୍ୟରେ  ଅନାସ୍ଥା ସପକ୍ଷରେ ମାତ୍ର ଜଣେ କଟକ ସଦର ନିର୍ବାଚନମଣ୍ଡଳୀର ଉତ୍ତରକୁଳ ପଞ୍ଚାୟତ ସରପଂଚ ସୁଭାଷିନୀ ବେହେରା ଙ୍କ ସହିତ ବିପକ୍ଷରେ ଥିବା ୭ ଜଣ ଉପସ୍ଥିତ ରହିବାରୁ କୋରମ ଅଭାବରୁ  ତାହା ବାତିଲ ହୋଇଥିବା ଜଣାପଡିଛି।ଏହା ପୂର୍ବରୁ ନିର୍ଧାରିତ ଗତ ୧୩ ତାରିଖ ଦିନ ମଧ୍ୟ ନାଟକୀୟ ଢ଼ଙ୍ଗରେ ଅନାସ୍ଥା ଭୋଟ ବାତିଲ ହୋଇଥିବା ବେଳେ ଆଜି ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା। ଏହା ଉପରେ ସମସ୍ତ ଙ୍କର ଦୃଷ୍ଟି ରହିଥିବା ବେଳେ ବିଜେଡ଼ି ର ବାଜିମାତ କୁ ନେଇ ବିଜେଡ଼ି ଶିବିର ରେ ଖୁସିର ଲହରୀ ଖେଳିଯାଇଛି।

Leave a Reply

Your email address will not be published. Required fields are marked *