ମାହାଙ୍ଗା, ୨୬/୦୧/୨୦୨୪(ଓଡିଶା ସମାଚାର /ଅଭୟ ଜେନା )- ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ୭୫ ତମ ଗଣତନ୍ତ୍ର ଦିବସ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିରୂପା-ଗେଙ୍ଗୁଟି ଦ୍ବିପାଞ୍ଚଳ ଅନ୍ତର୍ଗତ କୁହୁଣ୍ଡା ଗ୍ରାମ ପଞ୍ଚାୟତର ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାପୀଠ କୋଠପଦା ଠାରେ ଆୟୋଜିତ ଜନରାଜ୍ୟ ଦିବସ କାର୍ୟ୍ୟକ୍ରମରେ ପ୍ରଧାନଶିକ୍ଷକ ପ୍ରତାପ କିଶୋର ନାୟକ ପତାକା ଉତ୍ତୋଳନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଅଖିଳେଶ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ରାଷ୍ଟ୍ରୀୟ ଭାବନାରେ ବ୍ରତୀ ହେବାକୁ ଆହ୍ୱାନ ଦେବା ସହିତ ବିଦ୍ୟାଳୟର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଉତ୍ସବରେ ଶିକ୍ଷକ ମାଗୁଣି ଚରଣ ସାମଲ, ପର୍ଶୁରାମ ଦାସ, ବ୍ରଜବନ୍ଧୁ ପଲେଇ, ନିହାରିକା ପ୍ରିୟ ଦର୍ଶିନୀ, ସଚିନ ପ୍ରଧାନ, ସ୍ଵର୍ଣ୍ଣଲକ୍ଷ୍ମୀ ଦାସ, ଗୌରୀ ଶଙ୍କର ମିଶ୍ର, ଯୋଗଜନ୍ମା ବେହେରା, ରଶ୍ମିତା ବାରିକ, ରଞ୍ଜୁଲତା ରାଉତ,ସୁଧୀର ମହାନ୍ତି, ଅଫସର ତୁଲ୍ଲା, ସୁଦାମ ପଲେଇ,ଅଜୟ ନନ୍ଦ ପ୍ରମୁଖ ଯୋଗଦେଇଥିଲେ ।
ସେହିପରି କଲ୍ୟାଣପୁର ଗାନ୍ଧୀଛକ ବଜାର କମିଟି ପକ୍ଷରୁ ଆୟୋଜିତ ଉତ୍ସବରେ କମିଟିର ସଭାପତି ଅଖିଳେଶ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ୟ୍ୟକ୍ରମରେ ସମାଜସେବୀ ରବୀନ୍ଦ୍ର ନାଥ ଦାସ, ଚନ୍ଦ୍ରମଣି ଦାସ, ମୂଷିବର ପଲେଇ,ସୁଧୀର ମହାନ୍ତି, ଅଚ୍ୟୁତାନନ୍ଦ ପଲେଇ,ଚକ୍ରଧର ବେହେରା,ଅଫସର ତୁଲ୍ଲା,ସୁଶାନ୍ତ ଦାସ,ସୁମନ୍ତ ପଲେଇ, ସରୋଜ ଦାସ, ଜାବିଦ ଖାଁନ, ରବୀନ୍ଦ୍ର ପୃଷ୍ଟି,ସୁନୀଲ ବାରିକ, ଅମୁଲ୍ୟ ପଲେଇ,ପ୍ରକାଶ ବେହେରା,ରମେଶ ବେହେରା, ଲଛମନ ସିହ୍ନା,ତ୍ରିଲୋଚନ ସାହୁ, ପରମାନନ୍ଦ ସାହୁ ଏବଂ ଅକ୍ଷୟ ବାରିକ ପ୍ରମୁଖ ଯୋଗଦେଇଥିଲେ । କୁଣ୍ଡି ସେବା ସମବାୟ ସମିତି ପକ୍ଷରୁ ରଘୁନାଥ ଜୀୟୁ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ଉତ୍ସବରେ ସମିତିର ସଭାପତି ଅଖିଳେଶ ପଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏଥିରେ ସମିତିର ନିର୍ଦ୍ଦେଶକ ରମାକାନ୍ତ ପଣ୍ଡା, ରବୀନ୍ଦ୍ର ପୃଷ୍ଟି, ଅଫସର ତୁଲ୍ଲା,ସୁଧୀର କୁମାର ମହାନ୍ତି, ସୁଦାମ ପଲେଇ,ଦେବାଶିଷ ପଣ୍ଡା,ଜୟଦେବ ମହାନ୍ତି, ନିହାର ରଞ୍ଜନ ପଣ୍ଡା, ପୁଷ୍ପଲତା ପରିଡା, ଉଦୟନାଥ ଲେଙ୍କା, ପରମାନନ୍ଦ ମହାନ୍ତି,ଶ୍ୟାମ ସୁନ୍ଦର ବରାଳ, ପ୍ରମୁଖ ଯୋଗଦେଇଥିଲେ । କଲ୍ୟାଣପୁର ନୋଡାଲ ପ୍ରାଇମେରୀ ସ୍କୁଲ, କୋଠପଦା ପ୍ରାଥମିକ ସ୍କୁଲ, ସଂଖପୁର ପ୍ରାଥମିକ ସ୍କୁଲ, ଧଉଳିଆ ଉନ୍ନୀତ ପ୍ରାଥମିକ ସ୍କୁଲ, ଯୁଗଜ୍ୟୋତି ସାଂସ୍କୃତିକ ସଂସଦ କୁହୁଣ୍ଡା, ହରି ଗୋସ୍ୱାମୀ ସାଂସ୍କୃତିକ ପରିଷଦ କଲ୍ୟାଣପୁର, ବ୍ୟାଙ୍କ ଅଫ ଇଣ୍ଡିଆ କୁହୁଣ୍ଡା ଶାଖା ପ୍ରାଙ୍ଗଣରରେ ଅନୁଷ୍ଠିତ ୭୫ ତମ ସାଧାରଣତନ୍ତ୍ର ଉତ୍ସବ କାର୍ୟ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଛାତ୍ର ଯୁବକ ଯୋଗଦେଇଥିଲେ ।