” ସହଯୋଗ” ତରଫରୁ ଚିତ୍ରାଙ୍କନ ଓ ସାଧାରଣଜ୍ଞାନ   ପ୍ରତିଯୋଗିତା

ନିରାକାରପୁର, ୦୫/୦୧/୨୦୨ ୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ବେଛାସେବୀ ଅନୁଷ୍ଠାନ “ସହଯୋଗ” ପରିବାର ତରଫରୁ ଡୋମସ କମ୍ପାନୀ ସହାୟତାରେ     ବେଗୁନିଆ ବ୍ଲକ ଅନ୍ତର୍ଗତ ହଜ ସିଦ୍ଧେଶ୍ୱରୀ ସରକାରୀ ୟୁପି ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଆଜି ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ଅନୁଷ୍ଠିତ ସ୍ଵତନ୍ତ୍ର ଉତ୍ସବରେ ସହଯୋଗ ପରିବାର ଆବାହକ ହିମାଂଶୁ ଭୁଷଣ ଚମ୍ପତିରାୟ ଅଧ୍ୟକ୍ଷତା କରୁଥିବା ବେଳେ ମୁଖ୍ୟ ଅତିଥି ଭାବେ ସହଯୋଗ ପରିବାର ସକ୍ରିୟ ସଭ୍ୟ ତଥା ସାମ୍ବାଦିକ ସଂଘ ସଂପାଦକ ଶ୍ୟାମ ସୁନ୍ଦର ପଟ୍ଟନାୟକ ଯୋଗ ଦେଇ ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର କରିଛନ୍ତି। ସିନିୟର୍ ବିଭାଗ ଚିତ୍ରାଙ୍କନ ରେ ପ୍ରଥମ ଦିପ୍ତିମୟୀ ସାହୁ, ଦ୍ୱିତୀୟ ଖୁସୁବୁ ନାୟକ ଓ ତୃତୀୟ ଶୁଭଶ୍ରୀ ନାୟକ , ଜୁନିୟର ବିଭାଗରେ ପ୍ରଥମ ବିଶ୍ୱଜିତ୍ ଛୁଆଳସିଂହ, ଦ୍ୱିତୀୟ ଅଙ୍କିତା ସେଠୀ ଓ ତୃତୀୟ ଅର୍ପିତା ପ୍ରିୟଦର୍ଶନୀ ବାରିକ ହୋଇଥିବାବେଳେ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ପ୍ରଥମ ବିଶ୍ୱଜିତ୍ ଛୁଆଳସିଂହ, ଦ୍ୱିତୀୟ ପ୍ରଜ୍ଞାଶ୍ରୀ ପାଇକରାୟ ଓ ତୃତୀୟ ସୁଚିଶ୍ମିତ ନାୟକ କୃତିତ୍ୱ ହାସଲ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଝଜମନ ପୂଜାରୀ, ଶିକ୍ଷକ କାହୁଁ ଚରଣ ସାହୁ, ପାଣ୍ଡବ ସାହୁ, ପ୍ରଦ୍ୟୁମ୍ନ ପାତ୍ର, ଶିକ୍ଷୟତ୍ରୀ ପଦ୍ମିନୀ ଦେଇ ଓ ଆରତୀ ବେହେରା ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *