ଯାଜପୁର,୦୫/୦୧/୨୦୨ ୪ (ଓଡ଼ିଶା ସମାଚାର ସୁରେଶ କୁମାର କର): ଗତ କାଲି କୁଆଖିଆ ଜାରକା ମୁଖ୍ୟ ରାସ୍ତା ର ବାରବାଟି ଛକ ଠାରେ ଏକ ସଡକ ଦୁର୍ଘଟଣାରେ ବରୀ ରାମଚନ୍ଦ୍ରପୁର ଥାନା ଅଧୀନ କିମ୍ଭିରିଆପାଳ ପଂଚାୟତ ଗୋବିନ୍ଦାବାଟି ଗ୍ରାମର ଜଣେ ମଧ୍ୟ ବୟସ୍କ ଯୁବକଙ୍କ ମୃତ୍ୟୁ ଘଟିଛି । ଉକ୍ତ ଯୁବକ ଙ୍କ ନାମ ରାକେଶ ସାହୁ , ଚେଲା ସାହୁ ଙ୍କ କନିଷ୍ଠ ପୁତ୍ର । ସ୍ୱର୍ଗତ ରାକେଶ ଜଣେ ଉଚ୍ଚଶିକ୍ଷିତ , ତାଙ୍କର ଉତ୍ତମ ବ୍ୟବହାର , ବୟସ୍କ ମାନଙ୍କୁ ସମ୍ମାନ ତାଙ୍କୁ ପରିଚିତି କରାଇବାରେ ସକ୍ଷମ ଥିଲା । ନିଜର ବୁଦ୍ଧି କୌଶଳ କ୍ରମେ ସେ ସ୍ୱ -ରୋଜଗାର ସମ୍ପନ୍ନ ହୋଇ ନିଜର ପରିବାର ପ୍ରତିପୋଷଣ କରିପାରୁଥିଲେ । କିଛି ଗୁରୁତ୍ଵପୂର୍ଣ୍ଣ କାମ ପାଇଁ ଗତକାଲି ଜାରକା ଯାଉଥିବା ସମୟରେ ଏହି ଅଘଟଣ ଘଟିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଧର୍ମଶାଳା ମେଡିକାଲ ନେଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା । ଆଜି ରାକେଶ ଙ୍କ ଅନ୍ତିମ ବିଦାୟ ଯାଜପୁର ଟାଉନ ଠାରେ ସମ୍ପନ୍ନ କରାଯାଇଛି । ଏହି ସମୟରେ ଗ୍ରାମବାସୀ , ସାଙ୍ଗ ସାଥି ଉପସ୍ଥିତ ରହି ସେମାନଙ୍କ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ରାକେଶ ଅମର ରହେ ରାକେଶ ଅମର ରହେ ବୋଲି କହିଛନ୍ତି । ରାକେଶ ଙ୍କ ଗୋଟିଏ ପାଞ୍ଚ ବର୍ଷ ର ପୁଅ ଓ ସ୍ତ୍ରୀ ଅଛନ୍ତି । ଏଣୁ ସରକାର , ବ୍ଲକ ପ୍ରଶାସନ , ଜିଲ୍ଲା ପ୍ରଶାସନ ଏ ପ୍ରତି ଦୃଷ୍ଟି ଦେଇ ଏହି ପରିବାରକୁ ଆର୍ଥିକ ସହାୟତା ତୁରନ୍ତ ଦେବା ସହ ପିଲାଟିର ଶିକ୍ଷା ନିମନ୍ତେ ସହଯୋଗ କରିବା ପାଇଁ ଯୁବ ସମାଜସେବୀ ନରେନ୍ଦ୍ର ସାହୁ ନିବେଦନ କରିଛନ୍ତି।
ଦୂର୍ଘଟଣାରେ ଯୁବକ ଙ୍କ ମୃତ୍ୟୁ , ଗ୍ରାମରେ ଶୋକାକୁଳ ପରିବେଶ ।
