ସାଲେପୁର, ୩୦/୦୯/୨୦୨୫ (ଓଡିଶା ସମାଚାର /ଅଭୟ ଜେନା) -କଟକ ଜିଲ୍ଲା ସାଲେପୁର ପ୍ରାଣୀ ଚିକିତ୍ସାଳୟ ପ୍ରାଙ୍ଗଣରେ ସପ୍ତାହବ୍ୟାପୀ ଶାରଦୀୟ ଦୁର୍ଗାପୂଜା ଅବସରରେ ହରଗୌରୀଙ୍କ ମୂଣ୍ମୟ ମୂର୍ତ୍ତି ସ୍ଥାପନ ସହିତ ପୂଜାର୍ଚ୍ଚନା କରାଯାଇଛି । 
ସ୍ୱାଧୀନତା ପୂର୍ବରୁ ଦୀର୍ଘ ୮୮ ବର୍ଷ ଧରି ଏହି ପୀଠରେ ଶାରଦୀୟ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଆସୁଅଛି । ସାଲେପୁର ବ୍ଲକ ଅନ୍ତର୍ଗତ ସମସ୍ତ ପ୍ରଣୀଧନ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି । ଏଥିସହ ଜିଲ୍ଲାର ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ ସ୍ଥାନୀୟ ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଏଠାରେ ପହଂଚି ହର ଗୌରୀଙ୍କ ଦର୍ଶନ କରିଥାନ୍ତି । ଚଳିତ ବର୍ଷ ବହୁ ସାମ୍ବାଦିକ, ସାହିତ୍ୟିକ, ଆଇନୀଜୀବୀ ତଥା ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ସାମାଜିକକର୍ମୀ ଏବଂ ପୋଲିସ ବିଭାଗର ଅଧିକାରୀ ମାନେ ଏହି ଉତ୍ସବରେ ସାମିଲ ହେଉଛନ୍ତି । 
ଏହି ଉତ୍ସବକୁ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଦୀପକ କୁମାର ସେନାପତି, ଡାକ୍ତର ରାକେଶ କୁମାର ବେହେରା, ଡାକ୍ତର ମୌସୁମୀ ତରେଇ, ଡାକ୍ତର ସୁବାସିନୀ ମଲ୍ଲିକ, ସାଗର କୁମାର ବାରିକ, ମିହିର କୁମାର ଦାସ, ମନୋରଞ୍ଜନ ମଲ୍ଲିକ, ରବୀନ୍ଦ୍ର କୁମାର ମହାନ୍ତି, ସଞ୍ଜୟ ଦଲାଲ, ରଶ୍ମିରଂଜନ ଦଲାଲ, ଜୟନ୍ତ କୁମାର ମଲ୍ଲିକ, ପ୍ରମୁଖ ପରିଚାଳନା କରିଥିଲେ । ଅତିଥିଭାବେ ଡାକ୍ତର ଚିନ୍ମୟ କୁମାର ଭୂୟାଁ, ଡାକ୍ତର ଦେବଦତ୍ତ ପାଢ଼ୀ, ଡାକ୍ତର ରଶ୍ମିରଂଜନ ଦାସ, ଉପେନ୍ଦ୍ରନାଥ ରଣା, ଡାକ୍ତର ରଶ୍ମିରଂଜନ ମିଶ୍ର, ଡାକ୍ତର ମୀନକେତନ ପଣ୍ଡା, ଡାକ୍ତର ରଶ୍ମିରଂଜନ ନାୟକ, ଡାକ୍ତର ବଦ୍ରି ନାରାୟଣ ଚାନ୍ଦ, ଡାକ୍ତର ପ୍ରକାଶ ବେହୁରା, ଡାକ୍ତର ଲଳିତ କୁମାର ବେହେରା, ରଞ୍ଜନ କୁମାର ସେଠୀ, ରମାକାନ୍ତ ଭଦ୍ର, ହୃଷିକେଶ ସିଂ, ଧନେଶ୍ୱର ମଲ୍ଲିକ, ଭୁବନାନନ୍ଦ ବରାଳ, ଉମାକାନ୍ତ ସିଂ, ପ୍ରଭାତ ବାରିକ, ରଂଜିତା ବେହେରା, ମମତା ନନ୍ଦ, ସ୍ନେହଲତା ସାହୁ ପ୍ରମୁଖ ଯୋଗଦେଇ ପ୍ରଭୁକୃପା ଭିକ୍ଷା କରିଥିଲେ ।
