ପ୍ରାଚୀନ ଗିରିକ୍ରୋଟ(ଗିରିଧାରୀ ମଠ)ପରିସରରୁ ମୂଲ୍ୟବାନ ଶାଗୁଆନ ଗଛ କଟାଯିବା କାହା ସ୍ୱାର୍ଥରେ ?

କଟକ ସଦର,୦୬/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ଅନ୍ତର୍ଗତ ତଥା କିଶନନଗର ତହସିଲ, ଯଶପଡା ଆର୍ ଆଇ ସର୍କଲ, ଯଶପଡା ପଞ୍ଚାୟତର ଓଡ଼ପଡ଼ା ମୈ।ଜାରେ ଅବସ୍ଥିତ ପୁରାତନ ମାଳିକା ବର୍ଣ୍ଣିତ ଗିରିକ୍ରୋଟ (ଗିରିଧାରୀ ମଠ) ପରିସରରୁ ଲକ୍ଷାଧିକ ଟଙ୍କାର ଆଠ ଗୋଟି ଶାଗୁଆନ ଗଛ ବେଆଇନ ଭାବେ କଟାଯାଇଛି । ଏହାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ କରାଯିବା ସହିତ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମୂଲ୍ୟବାନ ଗଛ ଗୁଡ଼ିକୁ କାହା ସ୍ୱାର୍ଥରେ କଟାଯାଇଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରକାଶ ଯେ ଗିରିଧାରୀ ମଠ କମିଟି ର (ସରକାରୀ ପଞ୍ଜିକୃତ) ବିନା ପରାମର୍ଶରେ ଏଵଂ ଅଗୋଚରରେ ସ୍ଥାନ ନିରୂପଣ ନକରି କେତେକ ବ୍ୟକ୍ତି ମଠ ପରିସରରେ ପାର୍କ ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ବନ ବିଭାଗ କର୍ମଚାରୀ ଙ୍କ ସହିତ ମଧୁଚନ୍ଦ୍ରିକା କରି ବିଟ୍ ହାଉସ୍ ନିକଟରେ ଥିବା ମୂଲ୍ୟବାନ ଶାଗୁଆନ ଗଛ ଗୁଡ଼ିକୁ ବେଆଇନ ଭାବେ କାଟି ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବନ ବିଭାଗ ର ଅନୁମତି ନିଆନଯାଇ ମୂଲ୍ୟବାନ ଶାଗୁଆନ୍ ଗଛ ଗୁଡ଼ିକ କାହା ସ୍ୱାର୍ଥରେ କଟାଯାଇଛି ବୋଲି ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି ।

ଵନାଞ୍ଚଳ ରକ୍ଷଣାବେକ୍ଷଣ ପାଇଁ ଏଠାରେ ନିଯୁକ୍ତ ଥିବା ବନ କର୍ମଚାରୀ ସୂର୍ୟ୍ୟକାନ୍ତ ସାହୁ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ହୋଇଥିବାରୁ ବିଭିନ୍ନ ବେଆଇନ୍ କାର୍ୟ୍ୟକୁ ସେ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛି।  ଅନୁଧ୍ୟାନ ଓ ତଦାରଖ କମିଟି ଗଠନ ହେବା କେଉଁ ସ୍ୱାର୍ଥରେ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *