ଜୁନାଗଡ଼,୦୫/୦୧/୨୦୨ ୪ (ଓଡ଼ିଶା ସମାଚାର /ରାକେଶ କୁମାର ବେମାଲ) – ଆସନ୍ତା କାଲି ଜୁନାଗଡ଼ର ହାଇସ୍କୁଲ ଖେଳ ପଡିଆ ସ୍ଥିତ ମାଁ ଲଙ୍କେଶ୍ୱରୀ ମଞ୍ଚରେ ଜୁନାଗଡ଼ ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଅନୁଷ୍ଠିତ ହେବ । କଳାହାଣ୍ଡି ଉତ୍ସବ ପାଇଁ ମାଁ ଲଙ୍କେଶ୍ୱରୀ ମଞ୍ଚ ମଧ୍ୟ ପ୍ରସ୍ତୁତ ଅପେକ୍ଷାରେ ଥିବା ବେଳେ ପଡିଆ ଚାରିପଟେ ୪୫ ଗୋଟି ଷ୍ଟଲ ମଧ୍ୟ କରାଯାଇଛି । ଆସନ୍ତାକାଲି କଳାହାଣ୍ଡି ଉତ୍ସବ କମିଟି ପକ୍ଷରୁ ପ୍ରଥମେ ମାଁ ଲଙ୍କେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରାଯିବ । ପରେ ଏକ ମଶାଲ ବାହାରି ବ୍ଲକ ସ୍ଥିତ ତ୍ରିନାଥ ମନ୍ଦିରକୁ ଯିବ । ସେଠାରେ ପୂଜାର୍ଚ୍ଚନା ପରେ ଏକ ବିରାଟ ମଶାଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହିତ ହାଇସ୍କୁଲ ଖେଳ ପଡିଆ ସ୍ଥିତ ମାଁ ଲଙ୍କେଶ୍ୱରି ମଞ୍ଚକୁ ଆସିବ ।
ପରେ ଅତିଥି ମାନଙ୍କ ଦ୍ୱାରା ବିଧିବଦ୍ଧ ଭାବେ ମଞ୍ଚ ଉଦଘାଟନ ହେବା ସହିତ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଉତ୍ସବ ୩ ଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ଓଡିଶୀ ନୃତ୍ୟ, ବିରବାଦ୍ୟ ଘୁମୁରା, ଛଓ ନୃତ୍ୟ, ବଜାଶାଳ ତଥା ଅନେକ ଲୋକ ବାଦ୍ୟ, ଲୋକ ନୃତ୍ୟରେ ଝୁମିବେ ଜୁନାଗଡ଼ ବାସୀ । କଳାହାଣ୍ଡି ଉତ୍ସବ ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, ଦୌଡ଼ ପ୍ରତିଯୋଗିତା, ବେଡମିନଟନ୍, କ୍ରିକେଟ ,ଭଲି,ମହିଳା ମାନଙ୍କ ମଧ୍ୟରେ ଝୋଟି, ହୁଳହୁଳି, ପୁଚି ସମେତ ଅନେକ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଅଗ୍ନିଶମ ଓ ପୁଲିସ ବିଭାMକୁ ମଧ୍ୟ ସଜାଗ ରଖା ଯାଇଛି । ଜନସାଧାରଣଙ୍କ ମନୋରଂଜନ ପାଇଁ ମିନା ବଜାର ମଧ୍ୟ ଆସିଛି ।
ମାଁ ଲଙ୍କେଶ୍ୱରୀ ମଞ୍ଚରେ ଜୁନାଗଡ଼ ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା
