ଦାଦାକୁ ପୁତୁରା ହତ୍ୟା ଘଟଣାରେ ଆଉ ୨ଗିରଫ

କେନ୍ଦ୍ରାପଡ଼ା, ୩୦/୦୫/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ସାନ୍ତସାହିରେ ବାବୁଲା ବାରିକ ହତ୍ୟା ଘଟଣାରେ ପୋଲିସ ଆଉ ଦୁଇଜଣଙ୍କୁ ଗିରଫ କରିଛି । ପୂର୍ବରୁ ପୋଲିସ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଗିରଫ ହୋଇଥିବା ଦୁଇଜଣ ହେଲେ ମୃତ ବାବୁଲା ବାରିକର ଭାଇ ସ୍ୱର୍ଗତ ସୁରେଶ ଚନ୍ଦ୍ର ବାରିକଙ୍କ ପୁଅ କୁନା ଓରଫ ରାଜେଶ ବାରିକ(୨୭) ଏବଂ ରାଜେଶ ବାରିକର ପତ୍ନୀ ଲକି ଓରଫ ଅର୍ଚ୍ଚନା ବାରିକ(୨୩) । ଉଭୟଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି । ତେବେ ମୁଖ୍ୟ ଅଭିଯୁକ୍ତ ହିମାଂଶୁ କୁ ପୋଲିସ ଏଯାବତ ଗିରଫ କରିପାରିନଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *