ନାଟକ ମାଧ୍ୟମରେ ଯୁବବର୍ଗଙ୍କ ଏଡ଼ସ୍ ସଚେତନତା ବାର୍ତ୍ତା

ଭୁବନେଶ୍ୱର,୧୭/୧୧/୨୦୨୩ (ଓଡ଼ିଶା ସମାଚାର)-ସ୍ଥାନୀୟ ଭଞ୍ଜକଳା ମଣ୍ଡପ ଠାରେ ଏଚ୍ ଆଇ ଭି/ ଏଡ଼ସ୍ ସଚେତନତାକୁ ବ୍ୟାପକ କରିବା ପାଇଁ ଓଡିଶା ରାଜ୍ୟ ଏଡ଼ସ୍ ନିୟନ୍ତ୍ରଣ ସମିତି ପକ୍ଷରୁ ରାଜ୍ୟସ୍ତରୀୟ ନାଟକ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଏଚ୍ ଆଇ ଭି ପ୍ରବଣ ଅନୁଗୋଳ, ବଲାଙ୍ଗୀର, ଗଞ୍ଜାମ ଓ ଖୋର୍ଦ୍ଧାର ଜିଲ୍ଲା ସ୍ତରୀୟ ନାଟକ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାର ସେବା ନର୍ସିଂ ସ୍କୁଲ, ବଲାଙ୍ଗୀର ଜିଲ୍ଲାର ପଞ୍ଚାୟତ ସମିତି ଡିଗ୍ରୀ କଲେଜ୍ ଘସିଆନ, ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକର କୁସୁମି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଖୋର୍ଦ୍ଧା ଜିଲ୍ଲାର ବିଜେବି ସ୍ବୟଂ ଶାସିତ କଲେଜର ଛାତ୍ରଛାତ୍ରୀମାନେ ନାଟକ ପରିବେଷଣ କରିଥିଲେ। ଏହି ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା “ହାରିଲା ଏଚ୍ ଆଇ ଭି” ନାଟକ ପ୍ରଦର୍ଶନ କରି ପ୍ରଥମ ସ୍ଥାନ କରିବା ସହ ଜାତୀୟ ସ୍ତରରେ ନିଜର ପ୍ରଦର୍ଶନୀ କରିବା ପାଇଁ ମନୋନୀତ ହୋଇଛନ୍ତି। ଏହି ନାଟକକୁ ଆଦର୍ଶ ବିଦ୍ୟାଳୟର ଶାରୀରିକ ଶିକ୍ଷକ ମଧୁସୂଦନ ମିଶ୍ର ରଚନା ଓ ନିର୍ଦ୍ଦେଶନା ଦେଇଥିବା ବେଳେ ଜିଲ୍ଲା ଏଡ଼ସ୍ ସେଲର ଅଧିକାରୀ ହେମନ୍ତ କୁମାର ଦାଶ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଏଡ଼ସ୍ ନିୟନ୍ତ୍ରଣ ସମିତିର ପ୍ରକଳ୍ପ ନିର୍ଦ୍ଦେଶକ ଡଃ ଉର୍ମିଳା ମିଶ୍ର, ଯୁଗ୍ମ ନିର୍ଦ୍ଦେଶକ ଡଃ ଡ଼ି. ଏସ୍. ଅରବିନ୍ଦ, ଆଡମିନିକ୍ଟୋଟିଭ ଅଧିକାରୀ ଶୁଶ୍ରୀ ଶତାବ୍ଦୀ ରାୟ, ଅତିରିକ୍ତ ନିର୍ଦ୍ଦେଶକ ସୃତି ସାଗରିକା କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *