ଭୁବନେଶ୍ୱର, ୧୪/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ କଟକର ତି୍ରଷା ହସ୍ପିଟାଲ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା
ଅଧିନ ତାଲିକାରୁ ନିଲମ୍ବିତ କରାଯାଇଛି । ନିକଟରେ ଘଟିଥିବା ଅଗ୍ନିକାଣ୍ଡ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ତି୍ରଷା ହସ୍ପିଟାଲ୍ ବିରୁଦ୍ଧରେ ଯାଞ୍ଚ ଜାରି ଥିବାରୁ ଏପରି ପଦକ୍ଷେପ ନିଆଯାଇଛି ।