ଖୁବ ଶୀଘ୍ର ରାଜ୍ୟବାସୀ ପାଇବେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ସୁଫଳ

ସ୍ୱାସ୍ଥ୍ୟ ଅଧିକାରୀ ଓ ଅଂଶୀଦାର ମାନଙ୍କ ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣ ଆରମ୍ଭ

ଭୁବନେଶ୍ୱର,୧୭/୦୧/୨୦୨୫(ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମଧ୍ୟରେ ଚୁକ୍ତିନାମା ଜାନୁଆରୀ ୧୩ ତାରିଖରେ ସ୍ୱାକ୍ଷରିତ ହେବା ପରେ ଓଡ଼ିଶାବାସୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ସୁଫଳ କିପରି ଯଥାଶୀଘ୍ର ପାଇପାରିବେ ସେ ନେଇ ବିଭାଗ ବିଭିନ୍ନ ପ୍ରସ୍ତୁତି ଓ ପ୍ରଶିକ୍ଷଣ ଆରମ୍ଭ କରିଛି ।  ଏହି ସମନ୍ୱିତ ଯୋଜନା ଦ୍ୱାରା ରାଜ୍ୟବାସୀ ଦେଶର ପ୍ରାୟ ୩୦  ହଜାର ଚିକିତ୍ସାଳୟରେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇପାରିବେ ।  ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆସିବ ଯୁଗାନ୍ତକାରୀ ପରିବର୍ତ୍ତନ ।

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ସମନ୍ୱିତ କରି ଜନସାଧାରଣଙ୍କୁ ଅତିଶୀଘ୍ର ସ୍ୱାସ୍ଥ୍ୟସେବାର ସୁଫଳ ଦେବା ପାଇଁ ବିଭିନ୍ନ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।  ଆଜିଠାରୁ ଯୋଜନା ସହ ସଂପୃକ୍ତ ବିଭିନ୍ନ ଅଂଶୀଦାର ଏବଂ ପ୍ରଧାନମନ୍ତ୍ରୀ ଆରୋଗ୍ୟମିତ୍ରଙ୍କ ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ  ହୋଇଛି ।

ପ୍ରଥମ ଦିନରେ ୬୦ ଟି ଚିକିତ୍ସାଳୟର ୧୮୦  ଜଣଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ସମ୍ପର୍କିତ ଆଇଟି ପ୍ଲାଟଫର୍ମର ବିବିଧ ବ୍ୟବହାର, ଟ୍ରାଞ୍ଜାକ୍ସନ ମ୍ୟାନେଜମେଣ୍ଟ ସିଷ୍ଟମ୍, ଅଭିଯୋଗ ସମାଧାନ ପ୍ରକ୍ରିୟା ଓ ଅନ୍ୟାନ୍ୟ ସମ୍ବନ୍ଧରେ ମାଷ୍ଟର ଟ୍ରେନରମାନେ ପ୍ରଶିକ୍ଷିତ କରିଥିଲେ । ପର୍ଯ୍ୟାୟକ୍ରମେ ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟର ଅଂଶୀଦାର ଏବଂ ପ୍ରଧାନମନ୍ତ୍ରୀ ଆରୋଗ୍ୟମିତ୍ରମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ।

ରାଜ୍ୟ ସ୍ୱାସ୍ଥ୍ୟ ପ୍ରତିଶୃତି ସମିତି (ସାସ)ର ନୋଡାଲ ଅଫିସର ଡା. ବିଷ୍ଣୁପ୍ରସାଦ ମହାପାତ୍ର, ଡା. ରଶ୍ମିରଞ୍ଜନ ମହାପାତ୍ର, ଡା. ଅରୁଣ ମହାପାତ୍ର, ଶ୍ରୀ ଶରତ ମିଶ୍ର ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ ।

-0-

ସୌରଭ ପ୍ରଧାନ,ସୂଚନା ଅଧିକାରୀ ଙ୍କସୌଜନ୍ୟରୁ

Leave a Reply

Your email address will not be published. Required fields are marked *