ନିଜ ବିଦ୍ୟାଳୟର ଟେକ ରଖିଲେ ଦୁଲେଣି

ଲକ୍ଷ୍ମୀପୁର ୧୭/୧୧/୨୩(ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)- ରାଜ୍ୟ ସ୍ତରୀୟ ସୁରଭି-୨୦୨୩ ଶିଶୁ ମହୋତ୍ସବ ରେ ଲକ୍ଷ୍ମୀପୁର ବ୍ଲକ ଡୁମୁରିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ଛାତ୍ରୀ ଦୁଲେଣି ମାଣ୍ଡିଙ୍ଗା ସୁଜନାତ୍ମକ ଲିଖନ ରେ ଅଂଶ ଗ୍ରହଣ କରି ଦ୍ୱତୀୟ ସ୍ଥାନ ଅଧିକାର କରି ନିଜ ସ୍କୁଲ ସମେତ ଲକ୍ଷ୍ମୀପୁର ବ୍ଲକ ର ଟେକ ରେଖିଛନ୍ତି।ତାଙ୍କୁ ଆଜି ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର, ଛାତ୍ରୀ ଓ ଅଭିଭାବକ ଙ୍କ ତରଫରୁ ଉପଢୌକନ ପ୍ରଦାନ ସହ ପୁଷ୍ପ ମାଲ୍ୟ ଅର୍ପଣ କରି ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ଭୁବନେଶ୍ୱରରୁ ସିଏ ଆସି ଆଜି ବସରୁ ଓହ୍ଲାଇବା ପରେ ଜାତୀୟ ରାଜପଥରୁ ବାଜା ବଜାଇ ବାଦ୍ୟର ତାଳେ ତାଳେ ଛାତ୍ର ଛାତ୍ରୀ ମାନେ ଢେମସା ନୃତ୍ୟ କରି ଦୁଲେଣି ଙ୍କୁ ବିଦ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଲିମା, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କାଳୁ ଚରଣ ଛୋଟରାୟ, ସନାତନ ସେଠୀ,ଶିକ୍ଷୟତ୍ରୀ ପ୍ରିୟମ୍ବଦା ସାହୁ, ପ୍ରମିଳା ଏକ୍କା,ମଞ୍ଜୁଲତା ମୁଦୁଲି, ସରିତା ରାଣୀ ତୁରୁକ,କଳ୍ପନା ମାଣ୍ଡିଙ୍ଗା ଓ ଆଶ୍ମି ପୂଜାରୀ ପ୍ରଭୁତି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *