ପେଷାଦାର ସମ୍ବାଦିକ ସଂଘ ତରଫରୁ ଜିଲ୍ଲା ସ୍ତରୀୟ ପ୍ରେସ ଦିବସ ପାଳିତ

ଭବାନୀପାଟଣା, ୧୭/୧୧/୨୦୨୩ (ଓଡ଼ିଶା ସମାଚାର)- ଦେଶର ସ୍ୱାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ସ୍ୱାଧୀନୋତ୍ତର ଭାରତ ବର୍ଷର ନବ ନିର୍ମାଣ କ୍ଷେତ୍ରରେ ଭାରତୀୟ ଗଣମାଧ୍ୟମର ଭୂମିକା ଅତୁଳନୀୟ। ଦେଶ ନିର୍ମାଣ ସହିତ ଦେଶର ପ୍ରଗତି ପଥରେ ଗଣ ମାଧ୍ୟମର ଅବଦାନ ଯୋଗୁଁ ଆଜି ଗଣମାଧ୍ୟମ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଛି। ତେବେ ଗଣଙ୍କ ଏହି ବିଶ୍ୱାସକୁ ଗଣମାଧ୍ୟମ ବଜାୟ ରଖିବା ଆଜିର ଆହ୍ୱାନ। ଜାତୀୟ ପ୍ରେସ ଦିବସରେ ଗଣମାଧ୍ୟମ ଆତ୍ମସମୀକ୍ଷା କରିବାସହ ଜନସାଧାରଣଙ୍କ ଆଶା ଓ ଭରସା କୁ ନିର୍ବାହ କରିବା ନିମନ୍ତେ ସଂକଳ୍ପ ନିଅନ୍ତୁ। ଗଣ ଙ୍କ ବିଶ୍ଵାସ ଗଣମାଧ୍ୟମ ର ଏହି ଆହ୍ୱାନ କୁ ବଜାଇ ରଖିବା ଏକ ଆହ୍ୱାନ । ସ୍ୱାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ସ୍ଵାଧୀନ ଭାରତର ନବ ନିର୍ମାଣ ସହ ଦେଶର ବିକାଶଧାରାରେ ସାମ୍ବାଦିକ ମାନଙ୍କ ଭୂମିକା ଅତୁଳନୟ। ଗଣମାଧ୍ୟମ ଭାରତୀୟ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ମାନ୍ୟତା ପାଇଛି ଓ କୋଟି କୋଟି ଭାରତୀୟଙ୍କ ଆସ୍ଥା ଭାଜନ ହୋଇ ପାରିଛି। ଜନସାଧାରଣଙ୍କ ସାମ୍ବାଦିକ ମାନଙ୍କ ପ୍ରତି ଥିବା ବିଶ୍ୱାସକୁ ସମ୍ମାନ ଜଣାଇ ପ୍ରତ୍ୟେକ ସାମ୍ବାଦିକ ନିରପେକ୍ଷ ଭାବରେ ନିଷ୍ଠାର ସହ ନିଜର ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପାଦନ କରିବା ବୋଲି ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ କଳାହାଣ୍ଡି ପେଷାଦାର ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ରଙ୍କ ସଂଯୋଜନାରେ ଅୟୋଜିତ ଏହି କାର୍ୟ୍ୟକ୍ରମ ରେ ବିଶିଷ୍ଟ ଶିକ୍ଷାବିତ ଡ. ଅଜୟ ମିଶ୍ର , ଜୁନାଗଡ଼ ଏନଏସି ର ନଗରପାଳ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ଅତିଥି ଯୋଗଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା ଗବେଷକ ଉମା ଶଙ୍କର କର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଏହି ସଭା ରେ ସଭାପତିତ୍ୱ କରିଥିବା କଳାହାଣ୍ଡି ପେଷାଦାର ସାମ୍ବାଦିକ ସଂଘ ର ସଭାପତି ରଜନୀକାନ୍ତ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ।
ଏହି ଅବସରରେ କଳାହାଣ୍ଡି ଜିଲ୍ଲା ରେ କାର୍ୟ୍ୟରତ ଥିବା ସମୟରେ ଦେହାନ୍ତ ହୋଇଥିବା ୪ ଜଣ ଦିବଂଗତ ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ସଂଜୀବ ଯୋଷୀ ଙ୍କ ଧର୍ମପତ୍ନୀ ଅପର୍ଣ୍ଣା ଯୋଷୀ , ସ୍ୱର୍ଗତ ମହମ୍ମଦ ଆସଲମ ଧର୍ମପତ୍ନୀ ସେହେନାଜ୍ ବେଗମ , ସ୍ୱର୍ଗତ ଭାନୁପ୍ରକାଶ ରଥ ଙ୍କ ଧର୍ମପତ୍ନୀ ସୁଦୀପ୍ତା ରଥ ଏବଂ ସ୍ୱର୍ଗତ ରୋହିତ ବିଶ୍ୱାଳ ଙ୍କ ଧର୍ମପତ୍ନୀ ମାଧବୀ ବିଶ୍ୱାଳ ଙ୍କୁ ମରଣୋତ୍ତର ସାମ୍ବାଦିକ ସୌରଭ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ସାମ୍ବାଦିକ ଅଜିତ ସିଂ, ତାପସ ମହାନ୍ତି, ଚିତ୍ତରଞ୍ଜନ ବିଶି, ଦୀପକ ସାହୁ, ଶୁଭମ୍ ରୋହିଲା, ଗଜିନ୍ଦ୍ର ସାହୁ, ହେମନ୍ତ ରାୟ ଓ ମହାଦେବ ଖଣ୍ଡୁଆଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ଲଳିତ କାନୁନଗୋ, କୈଳାସ ସାହୁ, ଅମଲା ସଂଘ ଉପଦେଷ୍ଟା ରୂପ କେଶରୀ ଦଳେଇ ପ୍ରମୁଖ ବ୍ୟକ୍ତବ୍ୟ ପ୍ରଦାନ କରି କଳାହାଣ୍ଡି ଜିଲ୍ଲାର ବିକାଶଧାରାରେ ସାମ୍ବାଦିକ ମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ସାମ୍ବାଦିକ ଶୁଭମ୍ ରୋହିଲା ଧନ୍ୟବାଦ ଅର୍ପଣ କରିଥିଲେ। ସାମ୍ବାଦିକ ବ୍ୟୋମକେଶ ପଣ୍ଡା, ଶିବ ନାଏକ, ସୁଶାନ୍ତ ସାମନ୍ତରାୟ, ଦୁଃଖିଶ୍ୟାମ ପ୍ରଧାନ, ରାଜା ପାଢ଼ୀ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *