କଟକ ସଦର,୨୧/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଗତିରାଉତ ପାଟଣା ଶ୍ରୀ ବୀର ଵଜରଙ୍ଗୀ ସାଂସ୍କୃତିକ ପରିଷଦ ପକ୍ଷରୁ ଅନୁଷ୍ଠିତ ଦଶମ ବାର୍ଷିକ ପାଞ୍ଚ ଦିନିଆ ଶ୍ରୀ ବୀର ଵଜରଙ୍ଗୀ ଯଜ୍ଞ ମହୋତ୍ସବ ହନୁମାନ ବାଟିକା ଠାରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇ ଆଜି ବୁଧବାର ଦିନ ଉଦଯାପିତ ହୋଇଯାଇଛି। ପ୍ରଥମ ଦିନ ୪୫୦ ଜଣ ମହିଳା ବିରାଟ କଳସ ଯାତ୍ରାରେ ୫ କିମି ଯାଇଁ ମହାନଦୀରୁ ଜଳ ଆଣି ବୀର ହନୁମାନଙ୍କ ପଦ ଧଉତ କରିଥିଲେ।
ଏହି କଳସ ଶୋଭାଯାତ୍ରା କୁ କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା ବିଷ୍ଣୁପ୍ରିୟା ସେବା ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଫିତା କାଟି ଉଦଘାଟନ କରିଥିବା ବେଳେ ଏଥିରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ,ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ର ସଭାପତି ସମାଜସେବୀ ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ମହାନଦୀ ପଠାର ଵିସ୍ତିର୍ଣ୍ଣ ପ୍ରାନ୍ତରେ ମିନା ଵଜାର ସାଙ୍ଗକୁ ଵଜରଙ୍ଗୀ ମଞ୍ଚରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଓ ନୃତ୍ୟଶିଳ୍ପୀ ମାନଙ୍କ ଦ୍ଵାରା ପ୍ରତ୍ୟେକ ସଂଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମ ବେଶ୍ ଉପଭୋଗ୍ୟ ହୋଇଥିଲା।
ଏହି ଅବସରରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷ ଙ୍କ ସହିତ କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ଙ୍କୁ ପରିଷଦ ପକ୍ଷରୁ ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦେଶକ ଗଗନ ଜେନା ଵଜରଙ୍ଗୀ ସମ୍ମାନରେ ସମ୍ମାନିତ କରିଥିଲେ। ଏଥିରେ କର୍ତ୍ତା କର୍ତ୍ତୀ ଭାବେ ଦିଲିପ କୁମାର ଦଳାଇ ଓ ସ୍ମୃତିରେଖା ବେହେରା ଦାୟିତ୍ଵ ନିର୍ବାହ କରିଥିବା ବେଳେ ପରିଚାଳନାରେ କୁଞ୍ଜବିହାରୀ ଜେନା, ବନବିହାରୀ ଜେନା, ଗଗନ ବିହାରୀ ଜେନା,ରାଜ କିଶୋର ରାଉତ, ରମେଶ ଦଳାଇ, ସଂଜୟ ରାଉତ,ପ୍ରଭାସ ବେହେରା,ଅଜୟ ଖଟୁଆ, ସୁଶାନ୍ତ ରାଉତ ଙ୍କ ସମେତ ପରିଷଦ ର ସମସ୍ତ ସଦସ୍ୟ ଓ ଗ୍ରାମବାସୀମାନେ ସହାୟତା କରିଥିଲେ।
