ସିବିଏସଇ ପରୀକ୍ଷା ଫଳ ପ୍ରକାଶିତ

ଲୋପାମୁଦ୍ରା ୯୪.୬ପ୍ରତିଶତ ମାର୍କ ରଖି ପାସକଲେ
କେନ୍ଦ୍ରାପଡ଼ା, ୧୩/୦୫/୨୦୨୫(ଓଡ଼ିଶା ସମାଚାର)- ସି.ବି.ଏସ.ଇ. ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି । କେନ୍ଦ୍ରାପଡା ନେତାଜୀ ମଡେଲ ସ୍କୁଲର ଛାତ୍ରୀ ଲେପାମୁଦ୍ରା ପାଟ୍ଟଯୋଶୀ ୯୪.୬ପ୍ରତିଶତ ମାର୍କ ରଖି ସି.ବି.ଏସ.ଇ. ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏ-୧ ଗ୍ରେଡ୍ ରେ ଉତୀର୍ଣ୍ଣ ହୋଇଛନ୍ତି । ଲୋପାମୁଦ୍ରା ହେଉଛନ୍ତି ଆଇନଜୀବୀ ତାରେଣୀ ପାଟ୍ଟଯୋଶୀ ଓ ଶିକ୍ଷୟିତ୍ରୀ କାଦମ୍ବରୀ ପଣ୍ଡାଙ୍କ ଏକମାତ୍ର କନ୍ୟା ତଥା ଅବସରପ୍ରାପ୍ତ ରାଜସ୍ୱ ବିଭାଗ ଅଧିକାରୀ ଭବାନୀଶଙ୍କର ପାଟ୍ଟଯୋଶୀଙ୍କ ନାତୁଣୀ । ଲୋପାମୁଦ୍ରା ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ରୀ ଅଟନ୍ତି । ସେ ପ୍ରଥମରୁ ପ୍ରତ୍ୟେକ ଶ୍ରେଣୀରେ ପ୍ରଥମ ହୋଇ ଆସିଛନ୍ତି । ସେ ଭବିଷ୍ୟତରେ ଜଣେ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *