ଲୋକସେବା ଭବନରେ ସହିଦ ଦିବସ ପାଳନ ଅବସରରେ ନୀରବ ପ୍ରାର୍ଥନା

ଭୁବନେଶ୍ୱର,୩୦/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଲୋକସେବା ଭବନରେ ସହିଦ ଦିବସ ପାଳନ ଅବସରରେ ନୀରବ ପ୍ରାର୍ଥନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାରଙ୍କ ସମେତ ଅନ୍ୟ ବିଭିନ୍ନ ବିଭାଗର ସଚିବ,  ଅଧିକାରୀ ଓ କର୍ମଚାରୀମାନେସମବେତ ହୋଇଦେଶର ସ୍ଵାଧୀନତା ସଂଗ୍ରାମୀ ତଥା ଦେଶ ପାଇଁ ପ୍ରାଣବଳି ଦେଇଥିବା ଅମର ସହିଦମାନଙ୍କ  ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ପାଇଁ ଆଜି ନିର୍ଦ୍ଧାରିତ  ପୂର୍ବାହ୍ନ ୧୧ଟା ସମୟରେ୨ ମିନିଟ୍ ପାଇଁ ନୀରବ ପ୍ରାର୍ଥନା କରିଥିଲେ।

-0-

ପଠାଣି ରାଉତ , ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *