ମାହାଙ୍ଗା,୧୩/୦୫/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା )-ବିରୂପା ଗେଙ୍ଗୁଟି ଦ୍ବିପାଞ୍ଚଳ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତର କୋଠପଦା ନିକଟରେ ଅବସ୍ଥିତ ମା ତାରିଣୀଙ୍କ ପବିତ୍ର ପୀଠରେ ଗୀତାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଆଙ୍କ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଥିଲା । ମନ୍ଦିର ପ୍ରାଙ୍ଗଣରେ ସୂର୍ଯ୍ୟ ପୂଜା, ଗୋ’ପୂଜା,ଅଗ୍ନି ସ୍ଥାପନ, ସଂକୀର୍ତ୍ତନ, ଚଣ୍ଡୀ ଆହୁତି, ସର୍ବ ଦେବଦେବୀ ଆହୁତି, ପୂର୍ଣ୍ଣାହୁତି, ଆଳତୀ, ଏବଂ ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ ରୀତି ନୀତି ଅନୁଯାଇ ପାଳିତ ହୋଇଥିଲା ।
ତିନିଦିନ ବ୍ୟାପୀ ଆୟୋଜିତ ମାଆଙ୍କର ଏହି ଭବ୍ୟ ଉତ୍ସବରେ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ମନ୍ଦିର କମିଟି ପକ୍ଷରୁ ରାମଲୀଳା ଏବଂ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା । ସ୍ଥାନୀୟ ସମିତିସଭ୍ୟଙ୍କ ପ୍ରତିନିଧି ଅଖିଳେଶ ମହାନ୍ତି ଏବଂ ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ ପ୍ରଧାନ କାର୍ଯ୍ୟକ୍ରରେ ଯୋଗଦେଇ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ନିରଞ୍ଜନ ମୁଦୁଲି,ଅଭିମନ୍ୟୁ ପଣ୍ଡା, ଜନ୍ମେଞ୍ଜୟ ପଣ୍ଡା, ନିରଞ୍ଜନ ସାହୁ, ଜଗନ୍ନାଥ ନାୟକ, ଜିତୁ ଦାସ, ଜଗନ୍ନାଥ ପଣ୍ଡା, ଅରକ୍ଷିତ ସାହୁ, ମନୋରଞ୍ଜନ ମୁଦୁଲି, ଶରତ ସାହୁ, ଶିବପ୍ରସାଦ ଦାସ, ଦିଲ୍ଲୀପ ରାଉତ, ଦେବୀପ୍ରସାଦ ଦାସ, ଚିନ୍ମୟ ପଣ୍ଡା,ମନୋଜ ବେହେରା, ତ୍ରିଲୋଚନ ସାହୁ, ରୁଦ୍ର ପ୍ରତାପ ଦାସ, ବାଳକୃଷ୍ଣ ମୁଦୁଲି, ଧୀରେନ୍ଦ୍ର ସ୍ୱାଇଁ, ମିଲୁ ରାଉତ, ଦେବଦତ୍ତ ପଣ୍ଡା, ମନୋଜ ସିଂ, ଅଜୟ ସିଂ, ପ୍ରମୁଖ ପରିଚାଳନା କରିଥିଲେ ।
