ଫୁଲନଖରା,୦୪/୦୧/୨୦୨୫ (ଓଡ଼ିଶା ସମାଚାର)-ଜ୍ଞାନର ମନ୍ଦିର ହେଉଛି ବିଦ୍ୟାଳୟ । ବିଦ୍ୟାଳୟରେ ଅଜ୍ଞାନ ଶିଶୁଟି ଜ୍ଞାନ ଆହରଣ କରେ । ଆମ ସଂସ୍କୃତି ଓ ପରମ୍ପରାକୁ ବିଷୟରେ ଶିଖିଥାଏ । ଇଶ୍ଵର ଭକ୍ତି, ଦେଶ ଭକ୍ତି, ପିତାମାତାଙ୍କୁ ଭକ୍ତି ସହତ ନିଜ ଜେଜେମା-ଜେଜେବାପାଙ୍କୁ ଭକ୍ତି କରିବା ମଧ୍ୟ ଶିଖିଥାଏ । ଏହି ମହତ୍ ଉଦ୍ଦେଶ୍ୟ ନେଇ ପୂଜ୍ୟପୂଜାକୁ ସମ୍ମାନ ଜଣାଇ କଟକ ସଦର ଥାନା ଅନ୍ତର୍ଗତ କୁରାଙ୍ଗ ପ୍ରଧାନ ପଞ୍ଚାୟତ ରାୟପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେବାପା ଓ ଜେଜେମାଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ଭାରତୀର ପୂର୍ବ କ୍ଷେତ୍ରର ସଂଯୋଜକ ନୃସିଂହ ଚରଣ ପଣ୍ଡା, ସମ୍ମାନିତ ଅତିଥି ଭାବେ ପରିଚାଳନା ସମିତିର ସହ ସମ୍ପାଦକ ନିହାର ରଂଜନ ରାଉତରାୟ ଯୋଗଦେଇ ଥିଲେ । ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ଦାସ ଅତିଥି ପରିଚୟ ଦେବା ସହ ସ୍ବାଗତ ଭାଷଣ ଦେଇଥିଲେ । ଶହେରୁ ଉର୍ଦ୍ଧ୍ଵ ଅଭିଭାବକ ଓ ଜେଜେ ବାପା ଜେଜେ ମାଆ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ପ୍ରଥମ ପର୍ଯ୍ୟାୟରେ ବାର୍ଷିକ କ୍ରୀଡା ରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ବିଚରଣ କରାଯାଇଥିଲା । ପରିଶେଷରେ ପରିଚାଳନା ସମିତି ସମ୍ପାଦକ ମାନସ ରଂଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁମା ଗୁରୁଜୀ ମାନେ ସହଯୋଗ କରିଥିଲେ ।
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେ ବାପା ଜେଜେ ମାଆ ସମ୍ମିଳନୀ
