ଅଭିମନ୍ୟୁ ସାମନ୍ତ ସିଂହାର ଡିଗ୍ରୀ ମହାବିଦ୍ୟାଳୟ ରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଉଦଯାପିତ ।

ଯାଜପୁର,୧୨/୦୧/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର)- ଅଭିମନ୍ୟୁ ସାମନ୍ତ ସିଂହାର ଡିଗ୍ରୀ ମହାବିଦ୍ୟାଳୟ ରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ୟ୍ୟକ୍ରମ ର ଉଦଯାପିତ ହୋଇଯାଇଛି ।  କିଛି ଦିନ ଧରି ରାଜ୍ୟର ଅନ୍ୟ ମହାବିଦ୍ୟାଳୟ ଭଳି ବରୀ ବ୍ଲକ୍ ଅନ୍ତର୍ଗତ ବାଲିଆ ଠାରେ ଥିବା ଅଭିମନ୍ୟୁ ସାମନ୍ତ ସିଂହାର ଡିଗ୍ରୀ ମହାବିଦ୍ୟାଳୟ ରେ ଚାଲିଥିବା ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ର ଆଜି ଥିଲା ଉଦଯାପନ ଦିବସ । ଏହି କାର୍ୟ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେଡି ସମ୍ପାଦକ ବିଶ୍ବରଂଜନ ମଲ୍ଲିକ ଯୋଗଦେଇଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବରୀ ବ୍ଲକ୍ ଅଧ୍ୟକ୍ଷ ଅଶୋକ କୁମାର ଗେଡି, ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ସାମଲ ମଧ୍ୟ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ । ରାଜ୍ୟର ଗ୍ରାମାଞ୍ଚଳ ରେ ଥିବା ମହାବିଦ୍ୟାଳୟ ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କ୍ରୀଡା କ୍ଷେତ୍ର, ସାଂସ୍କୃତିକ ଓ ସାମାଜିକ କାର୍ୟ୍ୟକ୍ଷେତ୍ର ରେ କାର୍ୟ୍ୟ କରିବାକୁ ରହିଥିବା ଅନ୍ତର୍ନିହିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବାକୁ  ଓଡ଼ିଶାର  ମୁଖ୍ୟମନ୍ତ୍ରୀ ଙ୍କ ଏହି ପ୍ରୟାସ ଉପସ୍ଥିତ ସମସ୍ତ ଅତିଥି ମାନେ ପ୍ରଶଂସା କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୁଧୀର କୁମାର ରାଉତ ଓ ବିଶିଷ୍ଟ ଶିକ୍ଷାବିତ୍ ହରିଶ୍ ଚନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *