କଟକ ସଦର ୦୩/୦୫/୨୦୨୫ (ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର, ଜନାର୍ଦ୍ଦନପୁର ଓ ସିର୍ଲୋ ଠାରେ ଥିବା ଗ୍ରହରାଜ ଶନିଶ୍ଚର ଦେଵଙ୍କ ମନ୍ଦିର ରେ ପବିତ୍ର ଜଳାଭିଷେକ କାର୍ଯ୍ୟକ୍ରମ ଆଜି ଶନିବାର ଦିନ ମହାସମାରୋହରେ,ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମନ୍ଦିର ମାନଙ୍କ ରେ ହଜାର ହଜାର ମାନସିକ ଧାରୀ ଶ୍ରଦ୍ଧାଳୁମାନେ ଜଳାଭିଷେକ କରି ଶନିଦେଵ ଙ୍କୁ ଦର୍ଶନ କରିଥିଲେ।
ଏହି ଉପଲକ୍ଷେ କିଶନନଗର ଠାରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ,ସିର୍ଲୋ ପାଣ୍ଡବ ଘାଟରେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ, କଟକ ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ପ୍ରଦୀପ ବେହେରା, ମାହାଙ୍ଗା ପଞ୍ଚାୟତ ସମିତି ର ନବନିର୍ବାଚିତ ଉପାଧ୍ୟକ୍ଷ ନୃସିଂହ ମିଶ୍ର ପ୍ରମୁଖ ଯୋଗ ଦେଇ ଶନି ଦେବ ଙ୍କୁ ଦର୍ଶନ କରି ଆଶ୍ରିର୍ଵାଦ ଭିକ୍ଷା କରିଥିଲେ।