ମାଟ୍ରିକ ପରୀକ୍ଷାରେ ଶୁଭଶ୍ରୀ ପୃଷ୍ଟି ଭୁବନ ଏନ୍ ଏ ସି ଟପ୍ପର

ଭୁବନ,୦୩/୦୫/୨୦୨୫ (ଓଡ଼ିଶା ସମାଚାର)- ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଶୁଭଶ୍ରୀ ପୃଷ୍ଟି ଚଳିତ ମାଟ୍ରିକ ପରୀକ୍ଷା ରେ ୫୨୯ ନମ୍ବର ରଖି ଏ ୨ ଗ୍ରେଡ ରେ ଉତ୍ତୀର୍ଣ୍ଣ ହୋଇ ସମଗ୍ର ଭୁବନ ଏନ୍ ଏ ସି ରେ ଟପ୍ପର ହୋଇଛନ୍ତି ।

ସୁଶ୍ରୀ ପୃଷ୍ଟି ବାଳିକା ଉଚ୍ଚ ବିଦ୍ୟାଳୟ ଓ ଆଶୀର୍ବାଦ କୋଚିଙ୍ଗ ସେଣ୍ଟର ରେ ଅଧ୍ୟୟନ କରି ସେଣ୍ଟର ପାଇଁ ଗର୍ବ ଓ ଗୌରବ ଆଣି ଥିବାରୁ ଅନୁଷ୍ଠାନ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରାଯାଇଥିଲା ।

ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ବାଜି ରାଉତ ମାର୍ଗ ସ୍ଥିତ ପୁରୁଷୋତ୍ତମ ପୃଷ୍ଟି ( ଜୁବୁଲି ) ଙ୍କ କନ୍ୟା ଶୁଭଶ୍ରୀ ପୃଷ୍ଟି ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବିଶେଷ କରି ଆଶୀର୍ବାଦ କୋଚିଙ୍ଗ ସେଣ୍ଟର ର ଶିକ୍ଷକ ଅନୁ ଚରଣ ଦାସ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପ୍ରେରଣା,ଶିକ୍ଷାଦାନ ଓ ସର୍ବୋପରି ତାଙ୍କ ବାପା,ମା ଏବଂ ଭଗବାନ ଙ୍କ ଆଶୀର୍ବାଦ ଯୋଗୁ ତାଙ୍କୁ ସଫଳତା ମିଳିଛି ବୋଲି କହିବା ସହ ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହେବାକୁ ତାଙ୍କର ଲକ୍ଷ୍ୟ ରହିଛି ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *