ଭୁବନେଶ୍ୱର,୦୨/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଜୟଦେବ ନିର୍ବାଚନ ମଣ୍ଡଳୀର ବାଲିପାଟଣା ବ୍ଲକ ବୁଦ୍ଧାନଥ ହାଇସ୍କୁଲ ର ୧୯୭୮ମସିହା ବ୍ୟ।ଚ ସାଙ୍ଗମାନଙ୍କ ର ଏକ ବନ୍ଧୁମିଳନ ନିକଟସ୍ଥ ଜଗନ୍ନାଥପୁର ସଠିଲା ହନୁମାନ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଯାଇଅଛି ।
ଉକ୍ତ ବନ୍ଧୁ ମିଳନ ରେ ୪୫ଜଣ ସହ ପ।ଠି ମାନେ ଏକ ତ୍ରିତ ହୋଇଥିଲେ । ସେମାନେ ନିଜ ନିଜର ସ୍କୁଲ ବେଳ ର ଅତୀତ କୁ ମନେପକାଇବା ସହିତ ନିଜ ନିଜର ସୁଖ ଦୁଃଖ କୁ ସମସ୍ତଙ୍କ ଭିତରେ ବାଣ୍ଟି ଥିଲେ । ଏ ଥର ବନ୍ଧୁ ମିଳନ ରେ ଏକ ନିଆରା ଅନୁଭୂତି ମିଳିଥିଲା ।ବନ୍ଧୁ ମହେଶ୍ୱର ଏବଂ ତାଙ୍କ ଧର୍ମପତ୍ନୀ ଙ୍କର ଭଜନ ଓ ଅମୃତ ବାଣୀ ପରିବେଶକୁ ମନ୍ତ୍ରମୁଗ୍ଧ କରିଥିଲା ।ସମସ୍ତ ବନ୍ଧୁ ମାନେ ବନ୍ଧୁ ମହେଶ୍ୱର , ମଦନ କେମିତି ଶୀଘ୍ର ସୁସ୍ଥ ହେବେ ସେଥିପାଇଁ ପ୍ରଭୁ ହନୁମାନ ଙ୍କ ପାଖରେ ପ୍ରାର୍ଥନା କରିଥିଲେ ।ଦୀର୍ଘ ଦିନର ବ୍ୟବଧାନ ପରେ ବନ୍ଧୁ ମାନେ ଏକତ୍ରିତ ହେଇଥିବାରୁ ସମସ୍ତେ ବହୁତ ଖୁସି ଅନଭବ କରିଥିଲେ ।
