କଟକ ସଦର,୦୨/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ କିଛିଦିନ ହେଲା କାଠଯୋଡି ଓ ମହାନଦୀ ରେ ସଚେତନତା ଅଭାବ ଓ ପରିବାର ଲୋକଙ୍କ ତାଗିଦ୍ ଅଭାବରୁ ନାବାଳକ ମାନେ ବୁଡ଼ିଯାଇ ଅକାଳ ମୃତ୍ୟୁ ବରଣ କରିବା ଅଭାବନୀୟ ଘଟଣା ଘଟି ଚାଲିଥିବା ବେଳେ ଆଜି ରବିବାର ସକାଳେ କଟକ ରେ ଏହି ଭଳି ଏକ ଦୁଃଖଦ ଘଟଣା ଘଟିଥିବା ଜଣାପଡିଛି।
ପ୍ରକାଶ ଯେ ଆଜି ସକାଳେ କଟକ ଜଗତପୁର ଵଗଲା ଲେନ ର ଦୁଇ ନାବାଳକ ଓମ୍ ଆୟୁଷ ବାରିକ୍ (୧୨) ଓ ଓମ୍ ପ୍ରକାଶ ମହାରଣା (୧୫)ଖାନନଗର ନିକଟ କାଠଯୋଡି ନଦୀ କୁ ପଞ୍ଚୁକ ଗାଧୁଆ ଗାଧୋଉଥିବା ସମୟରେ ପାଣିରେ ବୁଡ଼ି ଯାଇଥିଲେ। ଖବରପାଇ ସ୍କୁବା ଡାଇଭର ଓ ଅଗ୍ନିଶମ ବିଭାଗର ୨ଟି ଟିମ୍ ନିଖୋଜ ଥିବା ଦୁଇ ନାବାଳକ ଙ୍କୁ ତଲାସୀ ଅଭିଯାନ ଜୋରଦାର ଚଳାଇଛନ୍ତି। ଏଥିପାଇଁ ଘଟଣା ସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
