ଆକାଶବାଣୀ କଟକ ର ପୂର୍ବତନ ନିର୍ଦେଶକ ରମାପଦ ନନ୍ଦ ଙ୍କ ପରଲୋକ

ସାଲେପୁର,୦୩/୦୫/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)- ଆକାଶବାଣୀ କଟକ କେନ୍ଦ୍ର ର ପୂର୍ବତନ ନିର୍ଦେଶକ ରମାପଦ ନନ୍ଦ ଙ୍କର ପରଲୋକ ଘଟିଛି । ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥାଇ ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।

ସ୍ବର୍ଗତନନ୍ଦ ପ୍ରଥମେ ୭୦ ଦଶକରେ ଆକାଶବାଣୀ କଟକ ର ଲୋକପ୍ରିୟ ଯୁବବାଣୀ କାର୍ୟ୍ୟକ୍ରମ ଉପସ୍ଥାପନା ଓ ପରିଚାଳନା କରି ଲୋକପ୍ରିୟତା ଅର୍ଜନ କରିଥିଲେ । ପରେ ସେ ଆକାଶବାଣୀ ରେ ବିଭିନ୍ନ ପଦପଦବୀ ରେ କାର୍ୟ୍ୟ କରି ଅବସରନେଇଥିଲେ । ସେ ବହୁ ବେତାର ନାଟକ ଓ ଅନ୍ୟାନ୍ୟ ରେଡ଼ିଓ କାର୍ୟ୍ୟକ୍ରମ ପରିଚାଳନା, ସଂଯୋଜନା କରିବା ସହ ପ୍ରସ୍ତୁତ କରୁଥିଲେ । ପୁରୀ ସ୍ୱର୍ଗଦ୍ୱାର ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ସୂଚନା ମିଳିଛି ।

ତାଙ୍କ ବିୟୋଗ ରେ ନିଜ ଗ୍ରାମ ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନ ପୁର ପଞ୍ଚାୟତ ମାରଡ଼ା ଗ୍ରାମ ତଥା ଓଡିଶା କୋଣ ଅନୁକୋଣ ରେ ଥିବା ଆକାଶବାଣୀ ଶ୍ରୋତା ମହଲରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ଭାଇ ପୂର୍ବତନ ବିଧାୟକ ଗୁରୁପଦ ନନ୍ଦଙ୍କର ପୂର୍ବରୁ ଦେହାନ୍ତ ହୋଇ ସାରିଛି । ତାଙ୍କ ବିୟୋଗ ରେ ବରିଷ୍ଠ ସାମ୍ବାଦିକ ଅଭୟ ଜେନା, ଶିକ୍ଷାବିତ ବିଷ୍ଣୁ ଚରଣ ମିଶ୍ର, ପୁତୁରା ରୋମିଓ କାନ୍ତ ନନ୍ଦ, ରଶ୍ମୀକାନ୍ତ ସ୍ୱାଇଁ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବାସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

Leave a Reply

Your email address will not be published. Required fields are marked *