ନରସିଂହପୁର,୨୮/୦୫/୨୦୨୬ (ଓଡ଼ିଶା ସମାଚାର)- ନରସିଂହପୁର ବ୍ଲକ ଚତରାପଦା ଗ୍ରାମର ଫକୀର ବେହେରା (୬୨)ଙ୍କୁ ହାତୀ ଦଳି ଆକ୍ରମଣ କରିଥିବାରୁ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଫକୀର ନିଜ ବାରି ପଟକୁ ଶୌଚ ପାଇଁ ଯାଇଥିବା ସମୟରେ ହାତୀ ଆକ୍ରମଣ କରିଥିଲା ।ଏହାପରେ ସଙ୍ଗେ ସଙ୍ଗେ ତାଙ୍କୁ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।
ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ହାତୀ ଆକ୍ରମଣ ଘଟଣାକୁ ନେଇ ସ୍ଥାନୀୟ ବନବିଭାଗ ତରଫରୁ ରେଞ୍ଜର କୁଲେସ କୁମାର ସାହୁ ଭିନ୍ନ ମତାମତ ଦେଇଛନ୍ତି ।ସେହି ଲୋକଟିର ଆମ ବନାଞ୍ଚଳ ଭିତରେ କୌଣସି ସେଭଳି ହାତୀ ଆକ୍ରମଣ ଦୁର୍ଘଟଣା ଘଟିନାହିଁ। ଅନ୍ୟ ସୂତ୍ରରୁ ଜଣାପଡେ ହିନ୍ଦୋଳ ଅଞ୍ଚଳକୁ ଫକୀର କେନ୍ଦୁପତ୍ର ତୋଳିବା ପାଇଁ ଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ପରିବାର ପକ୍ଷରୁ ଅଭିଯୋଗ ପରେ ତଦନ୍ତ ଜାରି ରହିଛି। ବଡାମ୍ବା ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଯାଇଛି। ବ୍ୟବଛେଦର ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି।
