ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ମୁକ୍ତ ଓଡ଼ିଶା ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ।

ଯାଜପୁର,୨୯/୦୪/୨୦୨୫ (ଓଡ଼ିଶା ସମାଚାର)-  ଅକ୍ଷୟ ତୃତୀୟା ଅବସରରେ ବାଲ୍ୟବିବାହ ନିଷେଧ ପାଇଁ ଯାଜପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ମୁକ୍ତ ଓଡ଼ିଶା ସପ୍ତାହ ବ୍ୟାପୀ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଯାଜପୁର ବ୍ଲକ ମିଶନଶକ୍ତି ଭବନ ଠାରେ ଶୁଭାରମ୍ଭ ହୋଇଯାଇଅଛି। ଉକ୍ତ ସଭାରେ ସମାଜ କଲ୍ୟାଣ ବିଭାଗ, ଯାଜପୁର ର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଶ୍ରୀମତୀ ପାର୍ବତୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ମାନିତ ଅତିଥିଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ଦେବଲାଲ ମଲ୍ଲିକ ଯୋଗ ଦେଇଥିଲେ। ଉକ୍ତ ସଭାରେ ବାଲ୍ୟ ବିବାହ ନିଷେଧ ପାଇଁ ଆଲୋଚନା କରାଯାଇଥିଲା। ଏହି ସଭାରେ ୪୦ ରୁ ଉର୍ଦ୍ଧ୍ବ କିଶୋରୀ ବାଳିକା ଉପସ୍ଥିତ ଥିଲେ। ଉକ୍ତ ସଭା ପରେ ସଚେତନ ପଦଯାତ୍ରା ହୋଇଥିଲା। ଉକ୍ତ ସଭାକୁ ଯାଜପୁର ସଦର ସି.ଡି.ପି.ଓ ବଜମ ଆରା ବେଗମ୍ ଆୟୋଜନ କରିଥିଲେ।

ଏହା ସହିତ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ସରୋଜିନୀ ଦାସ ଓ ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ସୁନନ୍ଦା ଦାସ, ଜିଲ୍ଲା ସଂଯୋଜକ ପ୍ରଭାତ କୁମାର ଘଡେ଼ଇ ଏବଂ ଓ.ଏସ.ସି ର ବିଭିନ୍ନ କର୍ମକର୍ତ୍ତା ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *