ରାସନ କାର୍ଡଧାରୀଙ୍କ ପାଇଁ ଆଶ୍ୱସ୍ତିକର ଖବର

ଭୁବନେଶ୍ୱର,୨୬/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଆୟକର ଫାଇଲ କରିଥିଲେ ବି ରାସନ କାର୍ଡ କଟିିବ ନାହିଁ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସର୍ବେକ୍ଷଣ କରାଯିବ । ଅଧିକାରୀମାନେ ଘରକୁ ଘର ବୁଲି ସର୍ଭେ କରିବେ । ଯେଉଁମାନେ ଆୟକର ଦାଖଲ କରିଥିବେ ସେମାନଙ୍କ କାଗଜାତ ଯାଂଚ କରିବେ । ଗ୍ରାମାଂଚଳରେ ମାସିକ ୧୦ହଜାର ଆୟ ଏବଂ ସହରାଂଚଳରେ ୧୫ ହଜାର ଟଙ୍କା ଆୟ ଥିଲେ ରାସନ କାର୍ଡ କଟିବ ।

କିନ୍ତୁ ଏହାଠାରୁ ଆୟ କମ୍ ରହିଥିଲେ ଆୟକର କଟିବ ନାହିଁ ବୋଲି ମଙ୍ଗଳବାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଯେଉଁମାନେ ଆଇଟି ରିଟର୍ଣ୍ଣ ଦାଖଲ କରୁଛନ୍ତି ସେମାନେ ରାସନ କାର୍ଡ ଫେରାଇବାକୁ ନିର୍ଦ୍ଧେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପୂର୍ବରୁ କହିଥିଲେ । ତେବେ ଆୟକର ଫାଇଲ କରିଥିଲେ ବି ଆୟକର କଟିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ଠିକା କର୍ମଚାରୀଙ୍କୁ ରାସନ କାର୍ଡ ଫେରାଇବାର ଆବଶ୍ୟକତା ନାହିଁ ।

Leave a Reply

Your email address will not be published. Required fields are marked *