ହିନ୍ଦୋଳ,୨୭/୦୪/୨୦୨୫ (ଓଡ଼ିଶା ସମାଚାର)-ଆଜି ହିନ୍ଦୋଳ ଆଇଆଇସି ଶ୍ରୀମତୀ ଚାରୁଲତା ବେହେରାଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତି କାର୍ୟ୍ୟକ୍ରମ ହିନ୍ଦୋଳ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଜଣେ ସାଧାରଣ ଲୋକ ଥାନା କୁ ଯିବାକୁ ଭୟ କରୁଛନ୍ତି । ବିଭିନ୍ନ ମାମଲା ନେଇ ସଚେତନ ନ ଥିବାରୁ ଉପଯୁକ୍ତ ନ୍ୟାୟ ପାଇବାରେ ବ୍ୟାଘାତ ସୃଷ୍ଟି ହୋଇ ଆସୁଛି । ତେଣୁ ସାଧାରଣ ଲୋକ କିଭଳି ସଚେତନ ହେବେ ସେ ନେଇ ଆମ ପୋଲିସ ପକ୍ଷରୁ ସଚେତନତା କାର୍ୟ୍ୟକ୍ରମ ଆରମ୍ଭ କରାଯାଇଛି ।
ଏହି ପରିପ୍ରେକ୍ଷୀରେ ଆଜି ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନାରେ ଥାନା ଅଧିକାରିଣୀ ଚାରୁଲତା ବେହେରାଙ୍କ ନେତୃତ୍ୱ ରେ ଆମ ପୋଲିସ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲୋକେ ଭୟ ନ କରି ବିଭିନ୍ନ ହିଂସାର ଶିକାର, ଘରୋଇ ଉତ୍ପୀଡନ,ବିଭିନ୍ନ ପ୍ରକାର ବେଆଇନ୍ କାର୍ୟ୍ୟ ନେଇ ହଇରାଣ,ହରକତର ଶିକାର, ଅସାମାଜିକ କାର୍ୟ୍ୟ କଳାପ ର ଦମନ କରିବା ନିମନ୍ତେ ଜନସାଧାରଣ ଓ ପୋଲିସ ମଧ୍ୟରେ ଉପଯୁକ୍ତ ସୁ ସମ୍ପର୍କ କିଭଳି ରହିବ ଏବଂ ସାଧାରଣ ଲୋକ ମାନଙ୍କୁ କିଭଳି ଭାବରେ ଉପଯୁକ୍ତ ନ୍ୟାୟ ତଥା ସୁରକ୍ଷା ଯୋଗାଇ ଦିଆଯିବ ଏହା ଉପରେ ଆଲୋଚନା କରାଯାଇଥିଲା।
ଏହି କାର୍ୟ୍ୟକ୍ରମରେ ହିନ୍ଦୋଳ ଥାନା ଉପନିରିକ୍ଷକ ପ୍ରଦୀପ କୁମାର୍ ଶତପଥୀ , ସହକାରୀ ଉପ ନିରୀକ୍ଷକ ଯଶୋବନ୍ତ ପ୍ରଧାନ, ସୂର୍ୟ୍ୟକାନ୍ତ ପ୍ରଧାନ, ମାନିନୀ ପ୍ରଧାନ ,ବରିଷ୍ଠ ଆଇନଜୀବୀ ବ୍ରହ୍ମାନନ୍ଦ ପଟ୍ଟନାୟକ, ହିନ୍ଦୋଳ ବାର ଆସୋସେସନ ର ସେକ୍ରେଟାରୀ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ନାୟକ, ଶ୍ରୀକାନ୍ତ ସର, ସାମ୍ବାଦିକ ଗୌତମ ମୁଦୁଲି ଙ୍କ ସମେତ ସମସ୍ତ ପୋଲିସ୍ କର୍ମଚାରୀ, ଡ଼୍ରାଇଭର ମହାସଂଘ ଏବଂ ବିଭିନ୍ନ ଅଞ୍ଚଳର ଜନସାଧାରଣ ଯୋଗ ଦେଇଥିଲେ।