କେନ୍ଦ୍ରାପଡ଼ା,୨୭/୦୪/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବସପୁର-କେନ୍ଦ୍ରାପଡା ପୂର୍ତବିଭାଗ ରାସ୍ତାର ଶ୍ୟାମସୁନ୍ଦରପୁର ଗ୍ରାମ ନିକଟରେ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତୁ୍ୟ ଘଟିଛି । ମୃତବ୍ୟକ୍ତିଙ୍କ କୌଣସି ପରିଚୟ ମିଳିପାରିନାହିଁ । ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।
କିନ୍ତୁ ପରିଚୟ ମିଳିପାରିନଥିବାରୁ ମୃତଦେହକୁ ଚିହ୍ନଟ ପାଇଁ ୩ଦିନ ଶବ ସଂରକ୍ଷଣ ଗୃହରେ ରଖାଯିବ ବୋଲି ପୋଲିସ କହିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଶ୍ୟାମସୁନ୍ଦରପୁର ଗଡା ପାଖ ଶାଖା କେନାଲ ନିକଟରେ ଏକ ଦୋକାନ କରିଥିଲେ । ରବିବାର ଅପରାହ୍ନରେ ସେ ବାଇକ ଯୋଗେ କୌଣସି ସ୍ଥାନକୁ ଯାଉଥିବା ବେଳେ ଏକ ଅଜଣା ଗାଡି ତାଙ୍କ ବାଇକକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ତାଙ୍କ ମୃତୁ୍ୟ ଘଟିଥିବା ପୋଲିସ କହିଛି ।