କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ଜାତୀୟ ପୋଷଣ ମାସ ପାଳିତ

ଭୁବନେଶ୍ୱର,୧୬/୯/୨୦୨୪ (ଓଡ଼ିଶା ସମାଚାର)- ବିଜ୍ଞାନର ଅଗ୍ରଗତି ସହିତ ମନୁଷ୍ୟ ନିଜର ପାରମ୍ପରିକ ଖାଦ୍ୟ ଠାରୁ ଦୂରେଇ ଏକ ଅବ୍ୟବସ୍ଥିତ ଜୀବନଶୈଳୀକୁ ଆପଣେଇ ନେଇଛନ୍ତି । ପାଶ୍ଚତ୍ୟର ଆକର୍ଷଣରେ ସେମାନେ ଅନେକ ଜଙ୍କଫୁଡ୍, ଫାଷ୍ଟପୁଡ୍ ଯେପରିକି – ଚାଓମିନ୍, ପିଜା, ବର୍ଗର, ମୋମୋସ ଇତ୍ୟାଦି ସେବନ କରି ହୃଦଯୋଗ, ଡାଇବେଟିସ୍, କିଡ୍ନୀ ରୋଗ ଆଦିରେ ଆକ୍ରାନ୍ତ ହେଉଛନ୍ତି ଏହା ସମଗ୍ର ମାନବଜାତି ଓ ଭାରତ ବର୍ଷ ପାଇଁ ଏକ ଅଭିଶାପ ପାଲଟି ଯାଇଛି । ଆମର ସଂସ୍କୃତିରେ ଗୋଟିଏ ସୁନ୍ଦର କଥା ଟିଏ ଅଛି “ଯଥା ଅନ୍ନା ତଥା ମନଃ’ ଅର୍ଥାତ୍ ଯେପରି ଅନ୍ନ /ଭୋଜନ ସେପରି ମନ ଏବଂ ସେପରି ତନ ମଧ୍ୟ ହୋଇଥାଏ । ପୋଷଣ ବିହୀନ ଖାଦ୍ୟ ଖାଇ ଆମର ଯୁବଗୋଷ୍ଠୀ ବିଭ୍ରାନ୍ତ ହୋଇ ଅନେକ ଅସାମାଜିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି ଏବଂ ଚିନ୍ତା ଅବସାଦରେ ବୁଡ଼ି ରହିଛନ୍ତି ତେଣୁ ଭାରତ ବର୍ଷରେ କୁପୋଷଣକୁ ଦୂର କରି ସୁସ୍ଥ ଭାରତ ଗଢ଼ିବା ନିମନ୍ତେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ପୋଷଣ ଅଭିଯାନ ୨୦୧୮ରେ ଆରମ୍ଭ କରିଥିଲେ, ସରକାରଙ୍କ ଏହି ଅଭିଯାନକୁ ଆଗକୁ ବଢ଼ାଇବା ପାଇଁ କମଳା ନେହେରୁ କଲେଜର ଗୃହ ବିଜ୍ଞାନ ବିଭାଗ ଏକ ନିଆରା ତଥା ସ୍ୱାସ୍ଥ୍ୟପ୍ରଦ କାର୍ଯ୍ୟକ୍ରମର ଆୟୋଜନ କରିଥିଲା ସେପ୍ଟେମ୍ବର ମାସକୁ ପୋଷଣ ମାସ ବା “ନ୍ୟାସ୍ନାଲ୍ ନୁ୍ୟଟ୍ରେସନ୍ ମନ୍ଥ’ ରୂପେ ପାଳନ କରାଯାଏ । ତେଣୁ ଏହି ଅବସରରେ କମଳା ନେହେରୁ କଲେଜରେ ଗୃହ ବିଜ୍ଞାନ ବିଭାଗରେ ବିଭାଗୀୟ ମୁଖ୍ୟ ଡକ୍ଟର ମଧୁସ୍ମିତା ଦାସଙ୍କ ତତ୍ୱାବଧାନ ଓ ନିର୍ଦ୍ଧେଶନାରେ ସୁଷମ ଖାଦ୍ୟ ମେଳାର ଆୟୋଜନ କରିଥିଲେ । ଏହି ଆୟୋଜନର ୩୫ ରୁ ଅଧିକ ଷ୍ଟଲ୍ ଲାଗିଥିଲା ସେଥିରେ ମାଣ୍ଡିଆ ଗୁପ୍ଚୁପ୍, ମାଣ୍ଡିଆ ମାଲପୁଆ, ବ୍ରାଉନ୍ ବ୍ରେଡ୍ ପରିବା ସାନ୍ଡୁଇଚ୍, ଟଙ୍କ ତୋରାଣି, ମସଲା ଇଟ୍ଲି, ଇଟଲୀ ଘୁଗୁନି, ମକା ଚାଟ, ଲେମ୍ବୁ ସିକଞ୍ଜି, ମାଣ୍ଡିଆ ପ୍ୟାନ କେକ୍ ଇତ୍ୟାଦି ଭଳି ଖାଦ୍ୟ ସବୁ ପରିବେଷଣ କରାଯାଇଥିଲା ଏଗୁଡ଼ିକ ପୋଷଣରେ ଭରପୁର ଏବଂ ସ୍ୱାସ୍ଥ୍ୟପଦ ଅଟେ ଏବଂ ବିଭିନ୍ନ ଷ୍ଟଲ୍ରେ ଏହି ଖାଦ୍ୟଗୁଡ଼ିକ କମ୍ ମୂଲ୍ୟରେ ପିଲାମାନଙ୍କୁ ଦିଆଯାଇଥିଲା । ପିଲାମାନେ ସୁଷମ ଖାଦ୍ୟର ଗୁରୁତ୍ୱପୂର୍ଣ୍ଣକୁ ସୁନ୍ଦର ନାଟକ ଦ୍ୱାରା ଶିଖାଇଥିଲେ ଏବଂ ବହୁତ ଜନ ସମାଙ୍ଗମ ମଧ୍ୟ ହୋଇଥିଲା ଓ ବହୁତ ପିଲାମାନେ ମଧ୍ୟ ଏହାକୁ ଦେଖି ଖୁସି ହେଲେ ତାହା ସହିତ ନିକଟସ୍ଥ ବସ୍ତିରେ ଯାଇ ବୁଲିବୁଲି ଛୋଟ ପିଲା ଓ ସ୍ତ୍ରୀ ଲୋକମାନଙ୍କୁ ମଧ୍ୟ ସୁପୋଷଣର ମହତ୍ୱ ବିଷୟରେ ମଧ୍ୟ ବୁଝାଇଥିଲେ ।

Leave a Reply

Your email address will not be published. Required fields are marked *