ନବ ଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ(ଉଲ୍ଲାସ) ପରୀକ୍ଷା

କେନ୍ଦ୍ରାପଡ଼ା,୨୬/୧୦/୨୦୨୫(ଓଡ଼ିଶା ସମାଚାର)-ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ (ଉଲ୍ଲାସ)ରେ ପଞ୍ଜୀକରଣ କରିଥିବା ଅଣସାକ୍ଷର ମାନଙ୍କର ପରୀକ୍ଷା କେନ୍ଦ୍ରାପଡା ବ୍ଲକ ର ୪ଟି ପରୀକ୍ଷା କେନ୍ଦ୍ରରେ ରବିବାର ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଦେପୁର ସରସ୍ୱତୀ ଉଚ୍ଚ ବିଦ୍ୟାଳୟ, ଶ୍ରୀ ଅଭିରାମ ଉଚ୍ଚ ଶିକ୍ଷାଶ୍ରମ, ତରାଣ୍ଡୋ ଉଚ୍ଚ ବିଦ୍ୟାଳୟ, ଦୁତିଆଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି ।

ସରସ୍ୱତୀ ଉଚ୍ଚ ବିଦ୍ୟାଳୟରେ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ବଳଦେବ ପ୍ରସାଦ ଜେନା, କେନ୍ଦ୍ର ସୁପରିନଟେଣ୍ଡେଂଟତଥା ସରସ୍ୱତୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ ନାୟକ, ଅବଜରଭର ଅନନ୍ତ କୁମାର ପରିଡା, ଇଚ୍ଛାପୁର ଉଚ୍ଚ ବିଦ୍ୟାଳୟର ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ସେକ ଫଯାଜୁଦ୍ଧିନ, କାକଟମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସାଧନ କେନ୍ଦ୍ର ସଂଯୋଜକ ସଦାଶିବ ସାହୁ, କଂସାର ସାହସପୁର ଉଚ୍ଚ ବିଦ୍ୟାଳୟର ସାଧନ କେନ୍ଦ୍ର ସଂଯୋଜକ ରଶ୍ମିରଞ୍ଜନ ପ୍ରଧାନ ଓ କୋରୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସାଧନକେନ୍ଦ୍ର ସଂଯୋଜକ ପ୍ରଜ୍ଞା ପ୍ରଗଳ୍ଭା ଚଇନି ଙ୍କ ତତ୍ୱାବଧାନରେ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି ।

ପରୀକ୍ଷା ଚାଲୁଥିବା ସମୟରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଶୁଭସ୍ମିତା ତ୍ରିପାଠୀ ଓ ଜିଲା ବିଜ୍ଞାନ ପରିଦର୍ଶକ ପ୍ରକାଶ ପରିଡା ପରୀକ୍ଷା କାର୍ଯ୍ୟକ୍ରମ ତଦାରଖ କରିଥିଲେ । ନିରକ୍ଷରତା ଦୂରୀକରଣ ପାଇଁ ସରକାରଙ୍କ ଏହା ଏକ ଅଭିନବ ପ୍ରୟାସ । ଏହା ପୂର୍ଣ୍ଣ ମାତ୍ରାରେ ସଫଳ ହେଲେ ଅଣସାକ୍ଷର ଦୂରୀକରଣ ହୋଇପାରିବ ବୋଲି ବୁଦ୍ଧିଜୀବୀଙ୍କ ମତ ।

Leave a Reply

Your email address will not be published. Required fields are marked *