କଟରପଡା ନିକଟରେ ଟ୍ରକ ବସ ମୁହାଁ ମୁହିଁ ଧକ୍କା : ତିନି ମୃତ ୨୦ରୁ ଉର୍ଧ୍ଵ ଗୁରୁତର

ନିଶ୍ଚିନ୍ତକୋଇଲି,୦୨/୦୧/୨୦୨୪(ଓଡିଶା ସମାଚାର/ ଅଭୟ ଜେନା )- ଟକ ଚାନ୍ଦବାଲି ରାସ୍ତା ର ନିଶ୍ଚିନ୍ତକୋଇଲି କଟରପଡା ନିକଟରେ ଆଜି ଭୋର ରୁ ଏକ ଯାତ୍ରୀବାହୀ ବସ ଓ ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ୨୦ରୁ ଅଧିକ ଯାତ୍ରୀ ଆହତ ହେବା ସହ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି  । ଆହତ ମାନଙ୍କୁ ଚିକିତ୍ସା ପାଇଁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ  ଭର୍ତ୍ତି କରାଯାଇଛି  । କେନ୍ଦ୍ରାପଡ଼ା ପଟୁ ଆସୁଥିବା ବସ ସହ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ଧକ୍କା ହୋଇଥିଲା  ।  ଗ୍ୟାସ କଟର ସହାୟତା ରେ ବସ ର ଯନ୍ତ୍ରାଂଶ କାଟି ଆହତ ମାନଙ୍କୁ ଉଦ୍ଧାର କରାଯାଇଛି  ।  ଘଟଣା ସ୍ଥଳରେ ଅଗ୍ନିଶମ, ପୋଲିସ ବାହିନୀ, ପ୍ରଶାସନ ସହ ସ୍ଥାନୀୟ ଲୋକେ ପହଂଚି ଉଦ୍ଧାର କାର୍ୟ୍ୟ କରିଛନ୍ତି  ।

Leave a Reply

Your email address will not be published. Required fields are marked *