ଡ୍ରାଇଭରଙ୍କ ଉପରରୁ  କେନ୍ଦ୍ର ସରକାରଙ୍କ  କଠୋର ନିଷ୍ପତି ପ୍ରତ୍ୟାହାର ପାଇଁ ରାସ୍ତାରୋକ

ନିରାକାରପୁର, ୦୧/୦୧/୨୦୨ ୪ (ଓଡ଼ିଶା ସମାଚାର)-କେନ୍ଦ୍ର ସରକାରଙ୍କ କଠୋର ନିଷ୍ପତିକୁ ବିରୋଧ କରି ଆଜି ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଗୟାବନ୍ଧ ଛକ ସର୍ଭଣା ହୋଟେଲ ନିକଟରେ ୧୬ ନଂ ଜାତୀୟ ରାଜପଥ କୁ ସର୍ବ ଭାରତୀୟ ଚାଳକ ସଙ୍ଘ୍ ତରଫରୁ ସକାଳ ୮ଟା ରେ ଅବରୋଧ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଦୁର୍ଘଟଣା ଘଟାଇଥିବା ଡ଼୍ରାଇଭରଙ୍କୁ ୧୦ ବର୍ଷ ଜେଲ ଓ ୭ ଲକ୍ଷ ଜୋରିମାନା କରିବା ପାଇଁ କଠୋର ନିଷ୍ପତି ନେଇଥିବାରୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଆନ୍ଦୋଳନକାରୀ ମାନେ ଅଡ଼ି ବସିଥିଲେ। ଖବର ପାଇ ଜଂକିଆ ଥାନା ଆଇଆଇସି ପ୍ରଜ୍ଞା ରିତମ୍ଭର କର ଘଟଣାସ୍ଥଳରେ ବୁଝାସୁଝା କରୁଥିବାବେଳେ ସେମାନେ ଆଇଆଇସି ଙ୍କ କଥାକୁ ଶୁଣି ନ ଥିଲେ। ପରେ ସେମାନଙ୍କୁ ବୁଝାଇ ସାଢ଼େ ୯ ଟା ବେଳକୁ ରାସ୍ତାରୋକ ପ୍ରତ୍ୟାହୃତ କରାଯାଇଥିଲା। ରାସ୍ତାରୋକ କରିଥିବା ଅଂଶୁ କୁମାର, ନିତ୍ୟାନନ୍ଦ ସାହୁ, ଏମ ଡି ଆକ୍ରମ୍ ରାଜ, ରଞ୍ଜିତ କୁମାର ଓ ଅଭିଷେକ କୁମାର , ଶିବା ପାଣ୍ଡେ ଙ୍କୁ ଅଟକ ରଖି ପଚରାଉଚରା କରୁଛି।

Leave a Reply

Your email address will not be published. Required fields are marked *