ତୈଳ ଦର ବୃଦ୍ଧି ପରେ ରାଜ୍ୟ ରେ ବସ୍ ଭଡ଼ା ବଢିଲା — ଆସନ୍ତାକାଲି ଠାରୁ ଏହି ବର୍ଦ୍ଧିତ ବସ୍ ଭଡ଼ା ଲାଗୁ ହେବ

ଭୁବନେଶ୍ୱର,୧୫/୦୫/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)-ତୈଳ ଦର ବୃଦ୍ଧି ପରେ ରାଜ୍ୟ ରେ ବସ୍ ଭଡ଼ା ବଢିଲା । ସାଧାରଣ/ ଏକ୍ସପ୍ରେସ ଭଡ଼ା କିମି ପିଛା ବଢିଲା ୨ ପଇସା । ଡିଲକ୍ସ/ଏସି ଡିଲକ୍ସ ଭଡ଼ା ୪ପଇସା ବଢିଲା । ସୁପର ଡିଲକ୍ସ ଭଡ଼ା କିମି ପିଛା ୬ପଇସା ବଢିଲା । ଆସନ୍ତାକାଲି ଠାରୁ ଏହି ବର୍ଦ୍ଧିତ ବସ୍ ଭଡ଼ା ଲାଗୁ ହେବ । ରାଜ୍ୟ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଅର୍ଡ଼ିନାରୀ ବସ୍ କିମି ପ୍ରତି ୨ ପଇସା ଲେଖା  ୮୮ ପିଇସା ରୁ ୯୦ ପଇସା, ଏକ୍ସପ୍ରେସ ବସ୍ କିମି ପ୍ରତି ୨ ପଇସା ଲେଖା  ୯୨ ପଇସା ରୁ ୯୪ ପଇସା, ଡ଼ିଲକ୍ସ ବସ୍ କିମି ପ୍ରତି ୪ ପଇସା ଲେଖା  ୧୨୭ ରୁ ୧୩୧ ପଇସା,ଏସି ଡ଼ିଲକ୍ସ ବସ୍ କିମି ପ୍ରତି ୪ ପଇସା ଲେଖା  ୧୫୫ ପିଇସା ରୁ ୧୫୯ ପିଇସା ଓ ସୁପର ଡ଼ିଲକ୍ସ ପ୍ରିମିୟମ ବସ୍ କିମି ପ୍ରତି ୬ ପଇସା ଲେଖା  ୨୪୧ ପିଇସା ରୁ ୨୪୭ ପଇସା କୁ ବୃଦ୍ଧି ପାଇଛି ।

Leave a Reply

Your email address will not be published. Required fields are marked *