ନିରାକାରପୁର, ୧୭/୧୧/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁରସ୍ଥିତ ରାମ ଦୟା ପରିଷଦ ପକ୍ଷରୁ ଚାଲିଥିବା ୪୧ତମ ବାର୍ଷିକ ଅଧିବେଶନ ତଥା ଶ୍ରୀ ରାମ ଚରିତ ମାନସ ନବାହ୍ନ ପାରାୟଣର ଆଜି ତୃତୀୟ ଦିବସରେ ଶିବ ଧନୁ ଭଙ୍ଗ ଓ ଶ୍ରୀ ରାମଚନ୍ଦ୍ରଙ୍କ ବିବାହ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ବିବାହ ପାଇଁ ମାତା ସୀତାଙ୍କ ପିତା ଜନକଙ୍କ ଦାୟୀତ୍ବ ସାରଙ୍ଗଧର ସାହୁ ଓ ତାଙ୍କ ଧର୍ମପତ୍ନୀ ନିର୍ବାହ କରିଥିବାବେଳେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପିତା ଭାବେ ତାରାପ୍ରସାଦ କର ଓ ତାଙ୍କ ଧର୍ମ ପତ୍ନୀ ବିବାହ ମଣ୍ଡପରେ ଅବସ୍ଥାନ କରି ବିବାହ କାର୍ଯ୍ୟକ୍ରମ ତୁଲାଇଥିଲେ। ବହୁ ସଂଖ୍ୟାରେ ଶ୍ରୀ ରାମ ଚନ୍ଦ୍ରଙ୍କ ତରଫରୁ ବରଯାତ୍ରୀ ବି ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ।
ବିବାହ ମଣ୍ଡପରେ ଘଣ୍ଟା ଘଣ୍ଟି ସହିତ ଅତାସବାଜି ପ୍ରଦର୍ଶନ କରାଯାଇଥିଲା।ସନ୍ଧ୍ୟାରେ ଭକ୍ତ ମାନେ ଭୋଜିଭାତ ଆସରରେ ଭାଗ ନେଇ ସ୍ଵାଦିଷ୍ଟ ଭୋଜନ ଗ୍ରହଣ କରିଥିଲେ।
୪୧ତମ ଶ୍ରୀ ରାମ ଚରିତ ମାନସ — ଧନୁ ଭଙ୍ଗ ଓ ଶ୍ରୀ ରାମଙ୍କ ବିବାହ ଉତ୍ସବ ଅନୁଷ୍ଠିତ
