ଖଜୁରିଆକଟାରେ ସ୍ୱେଛାକୃତ ରକ୍ତଦାନ ଶିବିର – ୫୯ ୟୁନିଟ ରକ୍ତ ସଂଗ୍ରହ

ଖଜୁରିଆକଟା ୨୩/୦୧/୨୦୨୫ (ଓଡ଼ିଶା ସମାଚାର)-ହିନ୍ଦୋଳ ଉପଖଣ୍ତ ଖଜୁରିଆକଟା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସର ରେ ବୁଧବାର ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ହିନ୍ଦୋଳ ଖଣ୍ତ ଆନୁକୂଲ୍ୟରେ ଅଯୋଧ୍ୟାରେ ରାମ ଲାଲା ଙ୍କ ପ୍ରାଣପ୍ରତିଷ୍ଠାର ପ୍ରଥମ ବାର୍ଷିକୀ ଅବସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣିଙ୍କ ପ୍ରତିନିଧି ସୁଶାନ୍ତ ପତି ଉଦଘାଟକ ଓ ଅତିଥିଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁକୁମାର ବିଶ୍ୱାଳ ,  ଖଣ୍ତ କାର୍ଯ୍ୟବାହ ତପନ କୁମାର ସାମଲ , ଜିଲ୍ଲା ସେବା ପ୍ରମୁଖ ଅଶ୍ୱନି କୁମାର ପତି , ଖଣ୍ତ ସେବାପ୍ରମୁଖ ପ୍ରମୋଦ କୁମାର ରାଜ୍, ସାମାଜିକ ସମରସତା ପ୍ରମୁଖ ସନ୍ତୋଷ ସାହୁ ,ବରିଷ୍ଟ କର୍ମକର୍ତ୍ତା ପବିତ୍ର ମୋହନ ଦାସ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜୋଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରଥମେ ସ୍ୱୟଂସେବକ ଦୀପକ ବେହେରା ସ୍ୱେଛାକୃତ ଭାବେ ରକ୍ତ ଦାନ କରିବାପରେ ଅନ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ଶିବିର ରେ ମୋଟ ୫୯ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଡାକ୍ତର ସ୍ୱରୁପ ରଂଜନ ସାହୁ , ରୋଜାଲିନ ପୃଷ୍ଟିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଢେଙ୍କାନାଳ ବ୍ଲଡ ବ୍ୟାଙ୍କ କର୍ମଚାରୀ କାର୍ତ୍ତିକ ପଣ୍ତା , ରାକେଶ ବେହେରା  , ଅଭିମନ୍ୟୁ ସାହୁ ,ତପନ ଜେନା ,ଅଜୟ ସ୍ୱାଇଁ ଶିବିର ରେ ରକ୍ତ ସଂଗ୍ରହ କରିଥିବା ସମୟରେ ସ୍ୱୟଂସେବକ ପ୍ରଦିପ୍ତ ବାରିକ , ପ୍ରତାପ ରଥ ଓ ସଞ୍ଜିବ କୁମାର ମହାପାତ୍ର, ଶଶିଭୁଷଣ ବେହେରା , ଦୟାନିଧି ଦାସ , ସାମ୍ବାଦିକ ପ୍ରଶାନ୍ତ କୁମାର ଜେନାମଣି , ଶୁଭ୍ରାଶୁଂ ସାମନ୍ତ , ନଗେନ ନାଏକ , ମାନସ ମହାରଣା ପ୍ରମୁଖ  ସମସ୍ତଙ୍କୁ ସକ୍ରିୟ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *