ତୃଣମୂଳ ସ୍ତରରେ ବି ଜେ ଡି ର ସାଙ୍ଗଠନିକ ବୈଠକ

ନିରାକାରପୁର, ୧୭/୧୧/୨୦୨୩ (ଓଡ଼ିଶା ସମାଚାର)- ଖୋରଧା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଂପୁର ଗ୍ରା.ପ. ଏବଂ ରାମେଶ୍ୱର ଗ୍ରା.ପ.ରେ ସୋମନାଥ ବଳିୟାରସିଂହ, ସୌରଭ ଶ୍ରୀଚନ୍ଦନ, କାଳୁ ଚରଣ ପରିଡା ଏବଂ ବିନୋଦ ସାମନ୍ତରାୟ, କୁମାର ପଟ୍ଟନାୟକ, ସୁଶୀଲ ମଙ୍ଗରାଜ, ଅଜିତ ସାମନ୍ତରାୟ ପ୍ରମୁଖ ବିଜୁ ଜନତା ଦଳର ସଂଗଠକ ମାନଙ୍କ ଆବାହକତ୍ୱ ରେ ଗୋଡିପଡା ଖଜୁରିଆ ମା’ ବଘେଇ ଠାକୁରାଣୀ ଏବଂ ରାଧାବଲ୍ଲଭ ମଠ ତାଳପଡା ଠାରେ ପଞ୍ଚାୟତ ସ୍ତରୀୟ ବନ୍ଧୁ ମିଳନ ଓ ସାଙ୍ଗଠନିକ ବୈଠକ ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାନେତ୍ରୀ ବାସନ୍ତୀ ମହାପାତ୍ର ଙ୍କ ନେତୃତ୍ୱରେ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉଭୟ ବୈଠକ ରେ ପ୍ରାୟ ୧୭୦ ଏବଂ ୧୩୦ ଜଣ ଯୁବ ଛାତ୍ର ମହିଳା କର୍ମୀ ଯୋଗ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଓଡିଶା କୁ ସର୍ବ ଶ୍ରେଷ୍ଠ ରାଜ୍ୟରେ ପରିଚିତ ଓ ପ୍ରତିଷ୍ଠିତ କରିବାପାଇଁ ଯେଉଁ ନିରବଛିନ ପ୍ରୟାସ, ଜନକଲ୍ୟାଣକାରୀ ଯୋଜନା ଓ ବିକାଶର ଧାରକୁ ଆଗେଇ ନେବାରେ ଯେଉଁ ଧୂରୀଣ, ପ୍ରବୀଣ, ବିଚକ୍ଷଣ ଓ କୁଶଳି ମାନ୍ୟବର ୫ଟି ଓ ଆମ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି. କେ. ପାଣ୍ଡିଆନ ଙ୍କ ରୂପାନ୍ତରଣ କାର୍ୟ୍ୟ ସମ୍ପର୍କ ରେ ଶ୍ରୀମତୀ ମହାପାତ୍ର ଆଲୋକପାତ କରିଥିଲେ । ସାଢେ ଚାରିକୋଟି ଜନମାନସ ର ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ କରିବାପାଇଁ ଭିନ୍ନତା ଭୁଲି ଏକଜୁଟ ହୋଇ ଆମେ ସମସ୍ତେ ମିଳିମିଶି ସଂକଳ୍ପ ନେବାକୁ ଶପଥ କରାଇଥିଲେ । ଟାଣୁଆ ନାରୀନେତ୍ରୀ ସୁଖଦୁଃଖ ଓ ଦୁର୍ଦ୍ଦିନ ରେ ବନ୍ୟା,ବାତ୍ୟା, ଘରପୋଡି ଓ ଡାକ୍ତରଖାନରେ ତତକ୍ଷଣାତ ପହଞ୍ଚି ସାଧ୍ୟମତେ ନିଜସ୍ୱ ପାଣ୍ଠିରୁ ସାହାଯ୍ୟ ସହଯୋଗ ର ହାତ ବଢ଼ାଉଥିବା ପ୍ରିୟ ନେତ୍ରୀ ଶ୍ରୀମତୀ ମହାପାତ୍ର ଙ୍କୁ ଦୃଢ ସମର୍ଥନ ଜ୍ଞାପନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *