ପାଟକୁରା,୧୪/୦୪/୨୦୨୫ (ଓଡିଶା ସମାଚାର)- ଆଜି ସୋମବାର ପଣା ସଂକ୍ରାନ୍ତି ଦିନ ଗରଦପୁର ବ୍ଳକ ଅଧୀନ ବେଡାରୀ ମହୁରୀଆ ଦଣ୍ଡା ହନୁମାନ ପୀଠରେ ଶ୍ରୀଶ୍ରୀ ମହାବୀରଙ୍କ ଜନ୍ମ ବାର୍ଷିକ ପୂଜା ଉତ୍ସଵ ମହାସମାରୋହରେ ଅନୁଷ୍ଠିତ ହେଉଛି । ସକାଳେ ଶ୍ରଦ୍ଧାଳୁ ମହିଳା ଓ଼ ପୁରୁଷ ମାନେ ଏକ କଳସ ଶୋଭାଯାତ୍ରାରେ ସଂକିର୍ତନ ସହ ବେଡାରୀ ଗ୍ରାମ ପରିକ୍ରମା କରି ପବିତ୍ର ଚିତ୍ରୋତ୍ପଳା ନଦୀରେ ପୂଜାପାଠ କରି କଳସରେ ଜଳ ଆଣି ପୂଜା ପୀଠ ନିକଟରେ ସ୍ଥାପନ କରିଥିଲେ ।

କଳସ ଧରିଥିବା ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଦକୁ ହଳଦୀ ପାଣିରେ ଧୁଆଯାଇଥିଲା । ନୈଷ୍ଟିକ ପୁରୋହିତ ଙ୍କ ଦ୍ୱାରା ମହାବୀରଙ୍କ ପୂଜା ଅର୍ଚନା ହେଇଅଛି । ଉଦ୍ୟାକ୍ତା ମାନେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ମଧ୍ୟାହ୍ନ ରେ ପ୍ରସାଦ ସେବନ ର ବ୍ୟବସ୍ଥା କରିଛନ୍ତି । ମହାବୀରଙ୍କ ଜନ୍ମ ଉତ୍ସବରେ ଗ୍ରାମର ଶ୍ରଦ୍ଧାଳୁମାନେ ଠାକୁରଙ୍କ ନିକଟରେ ପ୍ରସାଦ ଲାଗି କରୁଛନ୍ତି । ଦିନ ତମାମ ଠାକୁରଙ୍କ ନିକଟରେ ଭଜନ କୀର୍ତନ ଲାଗିରହିଛି ।
ଆଜି ସନ୍ଧ୍ୟାରେ ମହାବୀରଙ୍କ ପ୍ରିୟ ଶ୍ରୀରାମ ଙ୍କ ଜୀବନୀ ଉପରେ ଆଧାରିତ ରାମଲିଳା ପରିବେଷଣ ହେବାର କାର୍ୟ୍ୟକ୍ରମ ରହିଛି । ପୂଜାରେ କର୍ତ୍ତଭାବେ ହିମାଂଶୁ ଭୂୟାଁ ଓ଼ ସସ୍ମିତା ଭୂୟାଁ ମହାବୀରଙ୍କ ସରଣରେ ନିୟୋଜିତ ଅଛନ୍ତି ।. ଆଚାର୍ୟ୍ୟ ଭାବେ ବାଲିଘାଇ ସୌଭାଗ୍ୟ ପଣ୍ଡା ଓ଼ ଶିଶିର ମିଶ୍ର ମହାବୀରଙ୍କ ପୂଜାପାଇଁ ସମର୍ପିତ ଅଛନ୍ତି । ମହାବୀର ପୂଜା ପରିଚାଳନା କମିଟି ତରଫରୁ ଆର ଡି ରାସ୍ତା ରେ ପଥଚାରୀଙ୍କୁ ପଣା ବଣ୍ଟନ କରାଯାଉଛି ।
ବେଡାରୀ ଗ୍ରାମର ଜନସାଧାରଣଙ୍କ ସହଯୋଗରେ ଏହି ଧାର୍ମିକ କାର୍ୟ୍ୟ ଦୁଇ ବର୍ଷ ହେବ ହୋଇ ଆସୁଛି । ଆଖପାଖ ଗ୍ରାମ କୁଳତୁଠୀ, ସୋଲପାଟ, ଦଳୁଆଣି, ଶ୍ରୀଚନ୍ଦନପୁର, ପରକଣା, ଗୋତ୍ରବିଲ, ପଦ୍ମପୁର, କିଣିଲୋ, ହରିଦାସପୁର, ବିଚଣା ଗ୍ରାମର ଜନସାଧାରଙ୍କ ଏହି ଧାର୍ମିକ କାର୍ୟ୍ୟକ୍ରମ ପାଇଁ ସଦିଚ୍ଛା ରହିଛି ।
