ଭୁବନେଶ୍ୱର,୧୪/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ୱର ନଗରର ୱାର୍ଡ ନଂ ୨୭, ଜୟଦେବ ବିହାର, ଆଇଆରସି ଭିଲେଜ୍ ଅଞ୍ଚଳସ୍ଥ ହୋଟେଲ୍ ଲ।ଭେଣ୍ଡର ରେ ରବିବାର ଆରୋହଣ ଟ୍ରଷ୍ଟ ଙ୍କ ଦ୍ୱାରା ଏକ ବିଶାଳ ନି:ଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିର ସହିଦ୍ ଭଗତ ସିଂ ଯୁବ ପରିଷଦ ଓ ନିଗମ ହେଲ୍ଥ୍ କେଆର ହସ୍ପିଟାଲର ସହଯୋଗରେ ଆୟୋଜିତ ହୋଇଥିଲା ।
ଏହି ସ୍ୱାସ୍ଥ୍ୟ ଶିବିରରେ ୮ ଟି ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତରମାନେ ରୋଗୀମାନଙ୍କୁ ଯାଞ୍ଚ କରିଥିଲେ । ଏହା ସହିତ ରକ୍ତପରୀକ୍ଷା, ରକ୍ତଚାପ ଓ ଇସିଜି ପରୀକ୍ଷା ମଧ୍ୟ କରାଯାଇଥିଲା । ପ୍ରାୟ ୨୦୦ ରୁ ଅଧିକ ରୋଗୀଙ୍କୁ ଚିକିତ୍ସା ସହିତ ନିଶୁଳ୍କ ଔଷଧ ବଣ୍ଟନ କରାଯାଇଥିଲା ।
ଏହି ଅବସରରେ ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ଉପସଭାପତି ଶ୍ରୀ ଗୋଲଖ ମହାପାତ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର, ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ଓ ରମାଦେବୀ ମହିଳା ମହାବିଦ୍ୟାଳୟ (ଏମଆରଡିସି) ର ପ୍ରଫେସର ଡ଼ା ସୁଚେତା ପ୍ରୀୟବାଦିନୀ ବହୁତ ସମ୍ମାନିତ ଅତିଥିମାନେ ଉପସ୍ଥିତ ଥିଲେ ।
ଆରୋହଣ ଟ୍ରଷ୍ଟ ର ଅଧ୍ୟକ୍ଷ ଏବଂ ସହିଦ୍ ଭଗତ ସିଂ ଯୁବ ପରିଷଦ ର ସମ୍ପାଦକ ଶ୍ରୀ ସ୍ୱୋପ୍ନେନ୍ଦୁ ମହାନ୍ତି , ସଭାପତି ଶ୍ରୀ ରଶ୍ମିରଞ୍ଜନ କାନୁନଗୋ, ସାଧାରଣ ସମ୍ପର୍କ ତଥା କୋଷାଧକ୍ଷ ଶ୍ରୀ ଦିବ୍ୟଜ୍ୟୋତି କର, ମିହିର ମହାନ୍ତି, ଜିତେନ୍ ମିଶ୍ର, ବଟକୃଷ୍ଣ ରାଉତ, ନୀତେଶ ରଥ ଓ ଅନ୍ୟ ସମସ୍ତ ସଦସ୍ୟ ମାନେ କହିଛନ୍ତି ଯେ, ଏହା ତାଙ୍କର ୫୧ତମ ସ୍ୱାସ୍ଥ୍ୟ ଶିବିର ଏବଂ ସେମାନେ ପ୍ରତି ଗଳି କନ୍ଦି ରେ ଏହି ପରି ସେବା ଜନସାଧାରଣ ମଧ୍ୟରେ ପହଞ୍ଚେଇବା ପାଇଁ ସଂକଳ୍ପବଦ୍ଧ । ଆରୋହଣ ଟ୍ରଷ୍ଟ ସଦା ଏହି ପରି କାର୍ୟ୍ୟକ୍ରମ ଦ୍ୱାରା ସମାଜର ସବୁଠୁ ଅବହେଳିତ ଓ ଆବଶ୍ୟକତାଗ୍ରସ୍ତ ବ୍ୟକ୍ତିମାନଙ୍କ ନିମନ୍ତେ ଉତ୍ତମ ସ୍ୱାସ୍ଥ୍ୟ ସେବା ଓ ସମ୍ପୂର୍ଣ୍ଣ ମାନବ ଉନ୍ନତି ନିମନ୍ତେ ପ୍ରତିବଦ୍ଧ ଅତୁଟ ରହିଛି। ଏହି ମାତ୍ର ଆରମ୍ଭ, ଆଗାମୀ ଦିନରେ ଅନେକ ଏହିପରି ଉଦ୍ୟମ ଓ ଯୋଜନା ହୋଇଛି ଯାହା ଆବଶ୍ୟକତାଗ୍ରସ୍ତ ଲୋକମାନଙ୍କ ପାଖରେ ସମୟରେ ସମର୍ଥନ ଓ ସେବା ପହଞ୍ଚେଇବା ଲକ୍ଷ୍ୟ ନେଇ କାର୍ୟ୍ୟକ୍ଷମ ଭାବରେ କାର୍ୟ୍ୟାନ୍ୱିତ ହେବ।
ଆରୋହଣ ଟ୍ରଷ୍ଟ ଅଧ୍ୟକ୍ଷ ଶ୍ରୀ ସ୍ୱୋପ୍ନେନ୍ଦୁ ମହାନ୍ତି କହିଛନ୍ତି:
“ଆମର ଲକ୍ଷ୍ୟ ହେଉଛି ଏକ ସୁସ୍ଥ ଓ ସଚେତନ ସମୁଦାୟ ଗଠନ କରିବା, ଯେଉଁଠାରେ ପ୍ରତ୍ୟେକ ଲୋକ ପାଇଁ ମଜଭୂତ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ ହେବା ସହିତ ସେମାନଙ୍କ ସମ୍ପୂର୍ଣ୍ଣ ମାନବିକ ବିକାଶ ନିଶ୍ଚିତ ହେବ। ଆମେ ଆଶା କରୁଛୁ ଏହିପରି ପ୍ରତିଷ୍ଠିତ ଶିବିର ମାନେ ଏକ ନୂଆ ଦିଗାନ୍ତର ଆରମ୍ଭ ହେବ।”